Below header

ରାତିରେ ଘରେ ମୋବାଇଲ ଚାର୍ଜ ବସାଉଥିବାବେଳେ ରୁହନ୍ତୁ ସତର୍କ

ନଚେତ ଆପଣଙ୍କ ଆଜ୍ଞାତରେ ଢ଼ୋ କି ଫାଟିବ ମୋବାଇଲ । ଆପଣଙ୍କ ଫୋନ୍‌ ସାଜିପାରେ ଆପଣଙ୍କ ମୃତ୍ୟୁର କାରଣ । ନିମିଷକେ ମଧ୍ୟରେ ନେଇପାରେ ଆପଣଙ୍କ ସପରିବାରର ଜୀବନ ।

ଚାନ୍ଦବାଲି (କେନ୍ୟୁଜ) : ମୋବାଇଲଧାରୀ ସାବଧାନ୍‌ । ରାତିରେ ଘରେ ଚାର୍ଜ ବସାଉଥିବାବେଳେ ରୁହନ୍ତୁ ସତର୍କ । ନଚେତ ଆପଣଙ୍କ ଆଜ୍ଞାତରେ ଢ଼ୋ କି ଫାଟିବ ମୋବାଇଲ । ଆପଣଙ୍କ ଫୋନ୍‌ ସାଜିପାରେ ଆପଣଙ୍କ ମୃତ୍ୟୁର କାରଣ । ନିମିଷକେ ମଧ୍ୟରେ ନେଇପାରେ ଆପଣଙ୍କ ସପରିବାରର ଜୀବନ ।

ଆପଣ ଯଦି ମୋବାଇଲ ବ୍ୟବହାର କରୁଛନ୍ତି ତାହେଲେ ଆମର ଏ ଖବର ଆପଣ ନିଶ୍ଚୟ ଜାଣିବା ଦରକାର । ଦେଖନ୍ତୁ କେତେ ବଡ ବିପଦରୁ ବର୍ତ୍ତିଯାଇଛି ଏ ପରିବାର । ବୋଧହୁଏ ଏମାନେ ଦେଖିପାରିନଥାନ୍ତେ ଆଜି ସକାଳର ସୂର୍ଯ୍ୟକିିରଣ । ହଁ ଅଜ୍ଞା ରାତି ରାତିରେ ହିଁ ଚାଲିଯାଇଥାନ୍ତା ଏମାନଙ୍କ ଜୀବନ । ରାତିରେ ନିଜ କୁନି ପିଲାକୁ ଧରି ଶୋଇଥିଲେ ସ୍ୱାମୀ ଓ ସ୍ତ୍ରୀ । ବେଡ ପାଖରେ ଥିବା ଚାର୍ଜିଙ୍ଗ ପଏଣ୍ଟରେ ବସିଥିଲା ଏମଆଇ ଫୋନ୍‌ ଚାର୍ଜ । କିନ୍ତୁ ଠିକ୍‌ ରାତି ୪ଟା ସମୟରେ ଢ଼ୋ କି ଶବ୍ଦ ହେଲା । ଆଉ ନିଘୋଡ ନିଦରେ ଶୋଇଥିବା ସ୍ୱାମୀ ସ୍ତ୍ରୀ ଚମକି ପଡିଲେ ଶବ୍ଦ ଶୁଣି । ଆଉ ଆଖି ଖୋଲି ଦେଖିଲା ବେଳକୁ ହୁତୁ ହୁତୁ ହୋଇ ଜଳୁଛି ଝରକାରେ ଲାଗିଥିବା ସ୍କ୍ରୀନ୍‌ ।

ଘର ଭିତରେ ଚାରିଆଡେ ହୋଇଯାଇଥିଲା ଧୂଆଁମୟ । ହଠାତ ମୁଣ୍ଡରେ ପଶୁନଥିଲା ଯେ କଣ ହେଲା ଆଉ ଘରେ ନିଆଁ ଜଳିଲା କେମିତି । ତୁରନ୍ତ ପାଣି ଢ଼ାଳି ନିଆଁକୁ ଆୟତ୍ତ କରିଦେଲେ । ଯାହାଫଳରେ ଅଳ୍ପକେ ବର୍ତ୍ତି ଗଲେ ପରିବାର । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅନ୍ତର୍ଗତ ବାଲିଗାଁ ରୋଡରେ ଥିବା ଏକ ଘରେ। ମଞ୍ଜୁଲତା ନାୟକ ନାମକ ଜଣେ ଶିକ୍ଷୟତ୍ରୀ ନିଜ ଘରେ ରାତିରେ ମୋବାଇଲଟିକୁ ଚାର୍ଜରେ ବସାଇଥିଲେ । ହେଲେ ବିଳମ୍ୱିତ ରାତିରେ ହଠାତ୍ ଏକ ଶଦ୍ଧ ଶୁଭିଥିଲା । ମଞ୍ଜୁଲତା ଡରି ଯାଇ ଉଠି ଦେଖିଲା ବେଳକୁ ଘ୍ରର ସ୍କିନରେ ନିଆଁ ଲାଗିଯିବା ସହ ମୋବାଇଲ୍ ଫାଟି ସମ୍ପୂର୍ଣ୍ଣ ଜଳିଯାଇଛି ।

କିନ୍ତୁ ଥରେ ଭାବିଲେ ଖଟ ଉପରେ ପିଲାଟି ଶୋଇଛି । ଆଉ ସେଇଠି ରହିଛି ଏଇ ଚାର୍ଜିଙ୍ଗ ପଏଣ୍ଟ । କେତେ ପାଖରୁ ଏହି ବିସ୍ଫୋରଣଟି ହେଇଛି । ଆଉ ସବୁକିଛି ଜିନିଷ ସେଇଠି ଲାଗି ଲାଗି ହୋଇରହିଛି । ନିଆଁର ଆଁରେ ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଥାନ୍ତିା ତାସହ ଜୀବନ ବି ।

ସେଥିପାଇଁ ଏହି ଭିଡିଓକୁ ଆମେ ଆପଣଙ୍କ ପାଖରେ ପହଁଚାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯଦି ଆପଣ ବି ନିଜ ବେଡ ପାଖରେ ଚାର୍ଜ ବସାଇ ରାତିରେ ଶୋଇପଡୁଛନ୍ତି ତାହେଲେ ଆଜି ଠାରୁ ସତର୍କ ହୋଇଯାନ୍ତୁ । ନଚେତ ସକାଳର ସୂର୍ଯ୍ୟ ଦେଖିବା ପୂର୍ବରୁ ଜୀବନ ଚାଲିଯାଇଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.