ଝିରପାଣି ଥାନା ଅଞ୍ଚଳରେ ମୋବାଇଲ ଦୋକାନରେ ଲୁଟ୍, ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌

ଝିରପାଣି ଥାନା ଅଞ୍ଚଳରେ ଏକ ନୁଆ ମୋବାଇଲ ଦୋକାନରେ ଲୁଟ୍ ହୋଇଛି । ଦୋକାନରୁ ପ୍ରାୟ ୯୭ଟି ମୂଲ୍ୟବାନ ମୋବାଇଲ ସହ ୭ଟି ଆଇଫୋନ ଲୁଟି ନେଇଛନ୍ତି ଲୁଟେରା।

ଝିରପାଣି : ମାତିଛନ୍ତି ଲୁଟେରା। ଟିକିଏ ଏହି ଦୃଶ୍ୟ ଦେଖନ୍ତୁ କିଭଳି ଚୋରି କରୁଛନ୍ତି ମୋବାଇଲ୍‌ । ଝିରପାଣି ଥାନା ଅଞ୍ଚଳରେ ଏକ ନୁଆ ମୋବାଇଲ ଦୋକାନରେ ଲୁଟ୍ ହୋଇଛି । ଦୋକାନରୁ ପ୍ରାୟ ୯୭ଟି ମୂଲ୍ୟବାନ ମୋବାଇଲ ସହ ୭ଟି ଆଇଫୋନ ଲୁଟି ନେଇଛନ୍ତି ଲୁଟେରା।

ଲୁଟ୍‌ ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି । ଲୁଟେରା ଗ୍ୟାଙ୍ଗର ଲୁଟ୍ର ସମ୍ପୁର୍ଣ୍ଣ କାର୍ଯ୍ୟକଳାପ ସିସିଟିଭି କ୍ୟାମେରା ରେ କଏଦ ହୋଇଥିବା ବେଳେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ସୁଚନା ମୁତାବକ୍‌,ଗତ ୩ ତାରିଖ ରାତି ପ୍ରାୟ ୧୧ଟା ୨୦ ମିନିଟ୍‌ । ଝିରପାଣି ଥାନା ଅଞ୍ଚଳରେ ମୋବାଇଲ ଦୋକାନରେ ଲୁଟ୍ ହୋଇଥିଲା। ଲୁଟ୍‌ ହୋଇଥିବାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଯାଇଛି କିପରି ଲୁଟେରା ମାନେ ଚୋରି କରୁଛନ୍ତି। ରେ ଦୁଇ ଜଣ ଚୋର ଭେଣ୍ଟିଲେଟର ତାଡ଼ି ଦୋକାନରେ ପଶି ମୋବାଇଲ ଓ ଆଇଫୋନ ଗୁଡ଼ିକ ଗୋଟିଏ ବ୍ୟାଗ୍ ରେ ନେଇ ଖୋଳ ଗୁଡିକ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ଦୋକାନ ର ମାଲିକଙ୍କ ପଖ୍ୟରୁ ଏ ଘଟଣାରେ ସ୍ଥାନୀୟ ଝିରପାଣି ଥାନାରେ ଅଭିଯୋଗ ହୋଇଛି । ତେବେ ୨୮ଲଖ୍ୟଟଙ୍କାର ମୋବାଇଲ ଓ ଆଇଫୋନ ଚୋରି ହୋଇଥିବା ଦୋକାନୀ ଜଣକ ଅଭିଯୋଗ କରିଛନ୍ତି।

ତେବେ ପୋଲିସ ଲୁଟ୍ ମାମଲାର ସୁରାକ ପାଇନଥିବା ବେଳେ ଏହି ସିସିଟିଭି ଭିଜୁଆଲ୍‌ ପୋଲିସ ହାତରେ ଲାଗିଛି । କିନ୍ତୁ ଏଯାବତ୍‌ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.