ମୋଦିଙ୍କ ପ୍ରିୟ ପ୍ରମୋଦ: ବଡ ପଦବୀରେ ଓଡିଆ ପୁଅ
ନୃପେନ୍ଦ୍ର ମିଶ୍ରଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ପ୍ରମୋଦ ମିଶ୍ର। ପିଏମ୍ଓର ପୂର୍ବତନ ପ୍ରିନ୍ସିପାଲ ସେକ୍ରେଟାରୀ ନୃପେନ୍ଦ୍ର ମିଶ୍ର କାର୍ଯ୍ୟରୁ ଅବ୍ୟାହତି ନେବା ପରେ ପ୍ରମୋଦ ମିଶ୍ରଙ୍କୁ ମିଳିଛି ନୂଆ ନିଯୁକ୍ତି। ପୂର୍ବରୁ ସେ PMOର ଅତିରିକ୍ତ ପ୍ରମୁଖ ସଚିବ ଦାୟିତ୍ୱରେ ଥିଲେ ।
ପାଠପଢ଼ା :
୧୯୪୮ ମସିହା ଅଗଷ୍ଟ ୧୧ ତାରିଖରେ ଓଡିଶାର ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ। ନିଜ କାର୍ଯ୍ୟଦକ୍ଷତା ବଳରେ ମୋଦି ସରକାରଙ୍କ ବିଶ୍ୱାସଭାଜନ ହୋଇପାରିଥିବା ପ୍ରମୋଦ ମିଶ୍ରଙ୍କ ଘର ଓଡ଼ିଶାର ସମ୍ବଲପୁରରେ। ଜିଏମ କଲେଜରୁ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ଶିକ୍ଷା ଲାଭ କରିଥିଲେ । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ମିଳିଥିଲା PMOର ଅତିରିକ୍ତ ପ୍ରମୁଖ ସଚିବ ଦାୟିତ୍ୱ। ମୋଦି ସରକାରରେ ସବୁଠୁ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀ ଭାବରେ ବେଶ ଜଣାଶୁଣା ଥିଲେ ପ୍ରମୋଦ ମିଶ୍ର । ଅବସର ପରେ ଗତ ଜୁନ୍ ୧୧ ତାରିଖରେ ତାଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବରେ ନିଯୁକ୍ତି ମିଳିଥିଲା।
କ୍ୟାରିଅର :
୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଓଡ଼ିଆ ଆଇଏଏସ୍ ଅଫିସର ପି. କେ. ମିଶ୍ର। ଚାକିରି କାଳରେ ଉଭୟ ଗୁଜରାଟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି। ଗୁଜରାଟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ଭାବେ ମଧ୍ୟ କାମ କରିସାରିଛନ୍ତି। ଏହାସହ ଗୁଜରାଟ ଇଲେଟ୍ରିକ ବୋର୍ଡର ସଦସ୍ୟ ହେବା ସହିତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଜିଲ୍ଲାପାଳ ଭାବେ ମେହସାନ ଏବଂ ବନାସକନ୍ଥାରେ ଜିଲ୍ଲାରେ କାମ କରିସାରିଛନ୍ତି।