Below header

ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ମହମ୍ମଦ ମୋକିମ

କେନ୍ୟୁଜ୍(ବ୍ୟୁରୋ):  ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମକଦ୍ଦମା । କଟକ ଏସଡିଜେଏମଙ୍କ କୋର୍ଚରେ ମାମଲା ରୁଜୁ କରିଛନ୍ତି ବାରବାଟୀ-କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ପରୀ ହତ୍ୟା ଘଟଣାରେ ଗତବର୍ଷ ନଭେମ୍ବର ୩୦ ତାରିଖରେ କଂଗ୍ରେସର ୯ ଜଣ ବିଧାୟକଙ୍କ ବିରୋଧରେ ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଦେଇଥିଲେ ସମ୍ବିତ ପାତ୍ର । ଶାସକ ଦଳଠାରୁ କଂଗ୍ରେସ ବିଧାୟକ ଟଙ୍କା ଖାଇଥିବା ଭଳି ମିଥ୍ୟା ମନ୍ତବ୍ୟ ଆରୋପ ଲଗାଇଥିଲେ ।

ମହମ୍ମଦ ମୋକିମ ଡିସେମ୍ବର ୭ ତାରିଖରେ ସମ୍ବିତ ପାତ୍ରଙ୍କ ନିକଟକୁ ଓକିଲଙ୍କ ଜରିଆରେ ନୋଟିସ ଜାରି କରିଥିଲେ । ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ ମୋକିମ୍‌ । ଦେଢ ମାସ ବିତି ଯାଇଥିଲେ ବି ସମ୍ବିତ ପାତ୍ରଙ୍କ ଅପରାଧିକ କାର୍ଯ୍ୟ ପାଇଁ ଆଇପିସିର ୧୮୬୦ରେ ଥିବା ୪୯୯ ଓ ୫୦୦ ଧାରା ଅନୁଯାୟୀ ଏସଡିଜେଏମଙ୍କ କୋର୍ଟରେ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି ମହମ୍ମଦ ମୋକିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.