ଭିଡିଓ ଦେଖିଲେ ଉଡିଯିବ ହୋସ୍‌ : ସାଇକେଲ୍‌ରେ ବସିଛନ୍ତି ୯ ପିଲା, ଚାଲାଣ କାଟିବାକୁ ଦଫା ପାଇଲେ ନାହିଁ ଆଇପିଏସ୍‌ ଅଫିସର

ସୋସିଆଲ୍‌ ମିଡିଆରେ ବେଳେ ବେଳେ ଏମିତି ଖବରମାନ ଆସେ ଯାହାକୁ ଦେଖି ଆପଣ ନହସି ରହିପାରିବେ ନାହିଁ । ଏମିତି ଭିଡିଓ ଭାଇରାଲ୍‌ ହେବା ସଂଗେ ସଂଗେ ଦେଖଣାହାରୀକୁ ହତ୍‌ବାକ୍‌ କରିଦେଇଥାଏ । ଏହି ଭିଡିଓଟିକୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି ଜଣେ ଆଇପିଏସ୍‌ ଅଫିସର ଦୀପାଂଶୁ କାବରା । ଏଥିସହ ସେ ଭିଡିଓଟିରେ ଭଲ କ୍ୟାପ୍‌ସନ ମଧ୍ୟ ଦେଇଛନ୍ତି । ଯାହ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

ଭିଡିଓଟିରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ଏକ ସାଇକେଲ୍‌ରେ ୯ ଜଣ ପିଲାଙ୍କୁ ବସାଇ ସାଇକେଲ୍‌ ଚଳାଉଛନ୍ତି । ସାଇକେଲଟି ଖୁବ୍‌ ସହଜରେ ଚାଲିଛି । ପିଲାମାନେ ବି ସାଇକେଲ୍‌ରେ ବସି ଯାତ୍ରାର ମଜା ନେଉଛନ୍ତି । ସତେ ଯେମିତି ସେମାନେ କୈାଣସି ବଡ଼ ଗାଡିରେ ବସିଛନ୍ତି ।
ଆଇପିଏସ୍‌ ଅଫିସର ଦୀପାଂଶୁ ଭିଡିଓଟିକୁ ସେୟାର କରିବା ସହ କ୍ୟାପସନ୍‌ ରେ ଲେଖିଛନ୍ତି ‘ଏହାର ତ ମୋଟର ସାଇକେଲ୍‌ ଆକ୍ଟ ଅନୁଯାୟୀ ଚାଲାଣ ବି କଟିବ ନାହିଁ ’ ।

ଆହୁରି ମଧ୍ୟ ଲେଖିଛନ୍ତି ‘ବାପା ହେବା ଛୋଟ କଥା ନୁହେଁ ’ । ଏହି ଭିଡିଓ ଦେଖିବା ପରେ ଲୋକେ ମଧ୍ୟ ମଜାଦାର କମେଣ୍ଟ କରୁଥିବା ଦେଖାଯାଇଛି । ଏହାକୁ ଦେଖିଲେ ଆପଣ ନହସି ରହିପାରିବେ ନାହିଁ ।

Leave A Reply

Your email address will not be published.