Below header

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ, ରିମ୍‌ସ ହସ୍ପିଟାଲ୍‌ରେ ଭର୍ତ୍ତି

ପାଟନା : ରାଷ୍ଟ୍ରୀୟ ଜନତା ଦଳ ସଭାପତି ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ ଅଛନ୍ତି । ତାଙ୍କୁ ରିମ୍‌ସ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଫୁସ୍‌ଫୁସ୍‌ରେ ନିମୁନିଆ ପ୍ୟାଚେସ୍‌ ଥିବା ଦେଖାଯାଇଛି । ଶୁକ୍ରବାର ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟରେ କିଛିଟା ଉନ୍ନତି ଘଟିଥିବା ରିମ୍ସ ଡାଇରେକ୍ଟର କାମେଶ୍ୱର ପ୍ରସାଦ କହିଛନ୍ତି ।

ଲାଲୁଙ୍କ କୋଭିଡ୍‌ ପରୀକ୍ଷା ନେଗେଟିଭ ଥିବା ତାଙ୍କ ପୁତ୍ର ତଥା ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ପ୍ରକାଶ କରିଛନ୍ତି । ତେବେ ଅନ୍ୟ ପରୀକ୍ଷା ଜାରି ରହିଛି ବୋଲି ତେଜସ୍ୱୀ ପ୍ରକାଶ କରିଛନ୍ତି । ଲାଲୁଙ୍କୁ ଦେଖିବା ପାଇଁ ତାଙ୍କ ଝିଅ ମିଶା ରିମ୍ସ ହସ୍‌ପିଟାଲରେ ପହଞ୍ଚିଛନ୍ତି । ଖୁବ୍‌ ଶୀଘ୍ର ତାଙ୍କ ପତ୍ନୀ ଓ ତାଙ୍କ ସାନ ପୁଅ ରିମ୍ସରେ ପହଞ୍ଚିବେ ବୋଲି ଜଣାପଡ଼ିଛି ।  ପ୍ରକାଶଯୋଗ୍ୟ ଯେ ଗୁରୁବାର ସନ୍ଧ୍ୟାରେ ଲାଲୁ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବା ପରେ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.