Below header

ପ୍ରତିଭା ଆଗରେ ଅର୍ଥ ସାଜିଛି ବାଧକ: ଉମରକୋଟର ଏହି ଅନ୍ତର୍ଜାତୀୟ‌ ଖେଳାଳି ଆଜି ମୂଲ ଲାଗି ଚଳାଉଛନ୍ତି ପରିବାର

ଉମରକୋଟ: ପ୍ରତିଭା ଆଗରେ ଅର୍ଥ ସାଜିଛି ବାଧକ। ଅଧାରେ ଅଟକି ଯାଇଛି ସବୁ ସ୍ବପ୍ନ। ଅନ୍ତର୍ଜାତୀୟ‌ ପ୍ରତିଯୋଗିତାରେ ଦେଶ ପାଇଁ ତିନି ଥର ପ୍ରତିନିଧିତ୍ବ କରି ଦୁଇ ଥର ସ୍ବ‌ର୍ଣ୍ଣ ପଦକ ଓ ଥରେ ବ୍ରୋଞ୍ଚ ପଦକ ହାସଲ କରି ମଧ୍ଯ ଆଜି ସେ ମୂଲିଆ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ଶି ପଞ୍ଚାୟତ ତେଲାରି ଗ୍ରାମର ଅରୁଣ ସାନ୍ତା। ଯିଏ ଦିନେ ଦେଶ ପାଇଁ ଗୈାରବ ଆଣିଥିଲେ। କିନ୍ତୁ ଆଜି ତାଙ୍କୁ ପର ପାଖରେ ମୂଲ ଲାଗି , ଚାଷ କରି ଜୀବିକା ଅର୍ଜନ କରିବାକୁ ବାଧ୍ୟ କରିଛି।

ସବୁଠୁ ବଡ ଦୁଃଖ କେନ୍ଦ୍ର କିମ୍ବା ରାଜ୍ଯ ସରକାର ଆଜି ଯାଏ ଦୃଷ୍ଟି ଦେଇ ନାହାନ୍ତି ଏହି ପ୍ରତିଭାକୁ । ଦେଶ ପାଇଁ ଖେଳିବାରୁ ସେ ପାଠ ମଧ୍ଯ ପଢି ପାରିନଥିଲେ । କିନ୍ତୁ ଆଜି ମୂଲ ଲାଗି ପରିବାର ପୋଷିବାକୁ ପଡୁଛି। ଅନ୍ଯପଟେ ଅରୁଣଙ୍କୁ ଏବେବି ଗର୍ବିତ ଗ୍ରାମବାସୀ। ବିଦେଶ ଯାଇ ଖେଳି ନା କମେଇଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ଆଜି ସେ ନା କିଛି କାମରେ ଲାଗୁନାହିଁ । ମେଡାଲ ଓ ସାର୍ଟଫିକେଟ ଧରି ମୂଲ ଲାଗୁଛନ୍ତି । ଦିନେ ଖୁସିରେ ତାଙ୍କ ପାଦ ତଳେ ଲାଗୁନଥିବାବେଳେ ଆଜି କିନ୍ତୁ ଅରୁଣଙ୍କୁ ଦୁଃଖରେ ଦିନ କାଟିବାକୁ ପଡୁଛି।

medalପ୍ରଥମ ରୁ ତୃତୀୟ ଶ୍ରେଣୀ ଯାଏ ତାରାକାନାଡି ବିଦ୍ୟାଳୟରେ ପାଠ ପଢିଥିଲେ ଅରୁଣ। ଏହାପରେ ଚତୁର୍ଥ ରୁ ସପ୍ତମ ଶ୍ରେଣୀ ଯାଏ ବଡଭରଣ୍ଡି ଆଶ୍ରମ ବିଦ୍ୟାଳୟରେ ପଢିଲେ। ସେହି ଠାରୁ ବ୍ରହ୍ମପୁର ହଷ୍ଟେଲରେ ରହି ପଢିବା ସହ ଭାର ଉତ୍ତୋଳନ ପାଇଁ ତାଲିମ ନେଲେ। ସେହିଠାରୁ ଜାତୀୟ ଅନ୍ତର୍ଜାତୀୟ‌ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରଥମେ ଜୁନିଅର୍‌ ଅନ୍ତର୍ଜାତୀୟ‌ ସ୍ତରୀୟ କମନ ୱେଲଥ ଚମ୍ପିୟାନସିପରେ ସ୍ବ‌ର୍ଣ୍ଣ ପଦକ ପରେ ଏସିଆନ କପ୍‌ ରେ ସ୍ବ‌ର୍ଣ୍ଣ ଓ ୱାଲଡ ଚମ୍ପିୟାନସିପରେ ପ୍ରତିନିଧିତ୍ବ କରିଥିଲେ । ଏହାସହିତ ବିଭିନ୍ନ ଜାତୀୟ ସ୍ତର ପ୍ରତିଯୋଗିତାରେ କୃତିତ୍ୱ ହାସଲ ମଧ୍ଯ କରିଛନ୍ତି ।

medal winଅଲମ୍ପିକ୍ସରେ ଖେଳିବାର ଲକ୍ଷ ଥିଲା କିନ୍ତୁ ସେହି ସମୟରେ ସରକାର ସହାୟତା ଦେଇ ନଥିଲେ ଅଭ୍ଯାସ କରିବା ପାଇଁ ତେଣୁ ସେ ଡ୍ରପ ହୋଇଯାଇଥିବା କଥା କହିଛନ୍ତି । ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ଏବେ ସେ ଘରେ ରହି ଚାଷ କାମ କରୁଛନ୍ତି । ସେ ଦିନେ ଖେଳ ପାଇଁ ପାଠପଢା ଛାଡିଥିଲେ ।

ଯଦି ସେହି ଖେଳ ପାଇଁ କେନ୍ଦ୍ର କିମ୍ବା ରାଜ୍ଯ ସରକାର ସହାୟତା ଯୋଗାଇ ଦେଇଥାନେ୍ତେ ତେବେସେ ଖୁସି ହୋଇଥାନେ୍ତେ ବୋଲି କହିଛନ୍ତି । ତେବେ ଆଗକୁ ଯଦି ସରକାର ତାଙ୍କୁ ସହାୟତାର ହାତ ବଢାନ୍ତି ତେବେ ଆଗାମୀ ଭବିଷ୍ଯତକୁ ସେ ସଜାଡି ପାରନେ୍ତେ ବୋଲି ଅନୁରୋଧ କରିଛନ୍ତି ।

ଉମରକୋଟରୁ ଅନୁରାଗ ପଟ୍ଟନାୟକ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.