Below header

ବିଡିଓ ଅଫିସ ଆଗରେ ଗୁଆଗଡ଼ିଆ ଜିଆରଏସ୍‌ଙ୍କ ଆତ୍ମାହୂତି ଉଦ୍ୟମ, ୧୦ ମାସ ହେଲା ଦରମା ମିଳିନଥିବା ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ଗୁଆଗଡ଼ିଆ ପଞ୍ଚାୟତର ଜିଆରଏସ୍‌ ଉତ୍କଳ ମଳିକଙ୍କ ବିଡିଓ ଅଫିସ ଆଗରେ ଆତ୍ମାହୂତି ଉଦ୍ୟମ । ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମାହୂତି ପାଇଁ ଉଦ୍ୟମ କରିଥିଲେ । ଉପସ୍ଥିତ ବ୍ଲକ କର୍ମଚାରୀ ତାଙ୍କୁ ଅଟକାଇଥିଲେ । ଜିଆରଏସ ଉତ୍କଳ ମଳିକଙ୍କୁ ୧୦ ମାସ ହେଲା ଦରମା ମିଳିନଥିବା ଅଭିଯୋଗ କରିଛନ୍ତି ।

ଏନେଇ ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏ ସମସ୍ତଙ୍କୁ ସେ ଗୁହାରୀ କରିଥିଲେ ମଧ୍ୟ କେହି ଶୁଣିଲେନି । ଏଥିରେ ନିରାଶ ହୋଇ ପରିବାର ସହ ବାସୁଦେବପୁର ବିଡିଓଙ୍କ କାର୍ଯ୍ୟାଳୟ ନିକଟରେ ଉତ୍କଳ ପହଞ୍ଚି ଆତ୍ମାହୂତି ଉଦ୍ୟମ କରିଥିଲେ । ଅନ୍ୟପଟେ ବିଡିଓ କହିଛନ୍ତି, ଜିଆରଏସ ଉତ୍କଳ କାମ କରୁନଥିବାରୁ ତାଙ୍କ ଦରମା ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.