ବିଦେଶ ଯାତ୍ରା ପୂର୍ବରୁ ନିହାତି କରନ୍ତୁ “ଟ୍ରାଭେଲ ଇନ୍ସୁରାନ୍ସ “, ମିଳିବ ଏହି ସବୁ ଫାଇଦା

ବର୍ତ୍ତମାନ ସମୟରେ ଲୋକେ ଟିକେ ସମୟ, ସୁବିଧା କିମ୍ବା ଅର୍ଥବଳ ପାଇଲେ ବିଦେଶ ଯାତ୍ରା କରିବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ଯାତ୍ରା ଯେମିତି ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ହେବ ସେଥିପାଇଁ ଟ୍ରାଭେଲ ଇନ୍ସୁରାନ୍ସ ଗୁଡିକ ଉପରେ ଧ୍ୟାନ ଦେବା ନିହାତି ଜରୁରୀ । ଜଣାଇ ରଖୁଛୁକି “ଟ୍ରାଭେଲ ଏଜେନ୍ସି ପଲିସୀ” କରିବା ଦ୍ୱାରା ଯାତ୍ରୀଙ୍କ ଜରୁରୀ ଜିନିଷ ପତ୍ର, କାଗଜ ପତ୍ର ହଜିଲେ କ୍ଷତିପୁରଣ ମିଳିଥାଏ । ଏମିତିକି ଫ୍ଲାଇଟ କ୍ୟାନ୍ସଲ ହେଲେ କିମ୍ବା ବିଳମ୍ବ ହେଲେ ସେବାବଦ ଅର୍ଥ ମଧ୍ୟ ମିଳିଥାଏ । ମେଡିକାଲ ଇମରଜେନ୍ସି ସମୟରେ ଚିକିତ୍ସା କିମ୍ବା ହସ୍ପିଟାଲଜାଇଜେସନ ପରି ସୁବିଧା ମିଳିବା ପାଇଁ ଯେକୌଣସି ଯାତ୍ରା ପୂର୍ବରୁ ଆଗୁଆ ପଦକ୍ଷେପ ନେବା ନିହାତି ଜରୁରୀ ହୋଇପଡିଛି । ଏମିତିରେ ବି ବିଶ୍ୱର ଅଧିକାଂଶ ବିକଶିତ ଦେଶ ଗୁଡିକରେ ଚିକିତ୍ସା ବ୍ୟବସ୍ଥା ଖୁବ ବେୟସାପେକ୍ଷ ହୋଇଥାଏ ।

travel insurance
DNA india

କିନ୍ତୁ ଆଗୁଆ ପଲିସି କରିବା ଫଳରେ ଆପଣ କିଛିଟା ଉପକାର ପାଇପାରିବେ । “ରିଲାଏନ୍ସ ଜେନେରାଲ କମ୍ପାନୀ” ଆପଣଙ୍କୁ ଏହି ସୁବିଧା ଅନଲାଇନ ମାଧ୍ୟମରେ ଯୋଗାଉଛି । ଆପଣ ଏହାବାଦ ଇଣ୍ଟରନ୍ୟାସନାଲ ଟ୍ରାଭେଲ ଇନ୍ସୁରାନ୍ସ, ସଂଗେନ ଟ୍ରାଭେଲ ଇନ୍ସୁରାନ୍ସ, ଏସୀୟ ଟ୍ରାଭେଲ ଇନ୍ସୁରାନ୍ସ, ଆନୁଆଲ ମଲ୍ଟି ଟ୍ରିପ, ସିନିୟର ସିଟିଜେନ ଟ୍ରାଭେଲ ଇନ୍ସୁରାନ୍ସ ଓ ସ୍ଟୁଡେଣ୍ଟ ଟ୍ରାଭେଲ ଇନ୍ସୁରାନ୍ସ ଭଳି ପଲିସୀ କିଣା ଯାଇପାରିବ । ଏଗୁଡିକ ଡ଼ିସକାଉଣ୍ଟ ଓ ଅଫର ସହିତ ମଧ୍ୟ ଉପଲବ୍ଧ ହେଉଛି । ଏହାକୁ ବୁକିଂ କରି ଯାତ୍ରା କଲେ ଅନ୍ୟ ସୁବିଧା ସହ କୋଭିଡ ଭଳି ଗମ୍ଭୀର ରୋଗ ଆଦିରେ ଏମର୍ଜେନ୍ସି କ୍ୟାସଲେସ ହସ୍ପିଟାଲାଇଜେସନ କଭର ମିଳିପାରିବ । କିନ୍ତୁ ଯଦି ଆପଣ ହନିମୁନ କରିବାକୁ ଯାଉଛନ୍ତି ବା ଏକଲା କୌଣସି ସ୍ଥାନକୁ ବୁଲିବାକୁ ଯାଉଛନ୍ତି ତେବେ ଇନ୍ଟରନ୍ୟାଶନାଲ ଟ୍ରାଭେଲ ଇନ୍ସୁରାନ୍ସ କିମ୍ବା ସୋନଗେନ୍ ଟ୍ରାଭେଲ ଇନ୍ସୁରାନ୍ସ ଆପଣଙ୍କ ପାଇଁ ଏକ ସର୍ବୋତ୍ତମ ବିକଳ୍ପ ।

ଆଉ ଏହା ଜରିଆରେ ଆପଣ ଯେଉଁଠିକି ବି ଯିବା ସହ ସେଠାକାର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଭରପୁର ମଜା ନେଇପାରିବେ | ଆଉ ମଧ୍ୟ ଗୋଟିଏ ପଲିସି ମାଧ୍ୟମରେ ଏକ ସାଙ୍ଗରେ ଆପଣ ସ୍ୱିଜରଲ୍ୟାଣ୍ଡ, ସ୍ପେନ, ଇଟାଲୀ, ଫ୍ରାନ୍ସ , ଜର୍ମାନୀ , ପର୍ତ୍ତୁଗାଲ, ଡେ଼ନ୍ମାର୍କ ପରି ଦେଶମାନଙ୍କୁ ଯାତ୍ରା କରିପାରିବେ । ଆଉ ଯେଉଁମାନେ ବର୍ଷରେ ବାରମ୍ବାର ଯାଉଥିବେ ସେମାନଙ୍କ ପାଇଁ “ଆନୁଆଲ ମଲ୍ଟି ଟ୍ରିପ” ହେଉଛି ସର୍ବୋତ୍ତମ ପଲିସୀ | ଏଥିରେ ଗୋଟିଏ ବର୍ଷ ପାଇଁ କଭର ମିଳିଥାଏ । ଅର୍ଥାତ ପ୍ରତିଥର ନୂଆ ନୂଆ ପଲିସୀ କିଣିବା ଦରକାର ପଡିବ ନାହିଁ । ଯଦି ଆପଣ ୩୦ ରୁ ୪୫ ଦିନ ପାଇଁ ଯାଉଥାନ୍ତି ତେବେ ଆପଣଙ୍କ ପାଇଁ ଏହା ବିଶେଷ ଉପାଦେୟ ହେବ । ବିଦେଶରେ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବି ଏଧରଣର ପଲିସି ଲାଭଦାୟୀ ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.