ଭୂତ! ଆପେ ଚାଲିବାକୁ ଲାଗୁଛି ଘର ଆଗରେ ପାର୍କିଂ ହୋଇଥିବା ବାଇକ୍‌, Video ଦେଖିଲେ ଆପଣଙ୍କ ଛାତିରେ ବି ପଶିଯିବ ଛନକା

ସୋସିଆଲ ମିଡିଆରେ ଡରେଇ ଦେଲା ଭଳି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି, ଏକ ବାଇକ୍‌ ଘର ସାମ୍ନାରେ ପାର୍କିଂ ହୋଇଛି। ସେଠାରେ କେହି ଉପସ୍ଥିତ ନାହାନ୍ତି। କିଛି ସେକେଣ୍ଡ ପରେ ବାଇକ୍‌ ଆପେ ଚାଲିବାକୁ ଲାଗୁଛି। ଏହି ସିସିଟିଭି ଫୁଟେଜ ଗତ ଡିସେମ୍ବରରେ କଏଦ ହୋଇଥିବା ବେଳେ ଏବେ ଏହା ପୁଣି ଭାଇରାଲ ହେବାରେ ଲାଗିଛି।

ଏହି ଦୃଶ୍ୟ ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି। ଯଦିଓ କିଛି ଲୋକ ଦାବି କରିଛନ୍ତି କି, ଏହି ଭିଡିଓ କ୍ଲିପ୍‌କୁ ଏଡିଟ୍‌ କରାଯାଇଛି, ନଚେତ୍‌ ଭୁଲ୍‌ େଓ୍ଵୟରିଙ୍ଗ୍‌ ଯୋଗୁ ବାଇକ୍‌ ଚାଲିବାରେ ଲାଗୁଛି। ମାତ୍ର ୩୦ ସେକେଣ୍ଡର ଏହି ଫୁଟେଜ୍‌ ଦେଖିଲେ କେହି ବି ଭୟଭୀତ ହୋଇପଡ଼ିବେ।

ତେବେ ବାଇକ୍‌ଟି ଆଗକୁ କିଛି ବାଟ ମାଡ଼ିଯିବା ପରେ ବାମ ପଟକୁ ମୋଡ଼ି ହେଉଛି ଏବଂ ରାସ୍ତା ମଝିଆ ମଝି ତଳେ ପଡ଼ିଯାଉଛି। ଟ୍ଵିଟର ୟୁଜର ଭିଡିଓ ଶେୟାର କରି କ୍ୟାପସନ ଲେଖିଛନ୍ତି, ‘କ୍ୟାମେରାରେ କଏଦ ହୋଇଗଲା, ନହେଲେ କେହି ବିଶ୍ୱାସ କରି ନ ଥାଆନ୍ତେ’। ଏହି ଭାଇରାଲ ଭିଡିଓକୁ ଏ ପର୍ଯ୍ୟନ୍ତ ୧୮,୦୦୦ରୁ ଅଧିକ ଥର ଦେଖାଯାଇ ସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.