କାଲିଠୁ ସଂସଦର ମୌସୁମୀ ଅଧିବେଶନ, ଅଗ୍ନିପଥ ଯୋଜନାରେ ନିଯୁକ୍ତି ଓ ଦରଦାମ ବୃଦ୍ଧି ଭଳି ମୁଦ୍ଦା ଉଠାଇବେ ବିରୋଧୀ ଦଳ

କେନ୍ୟୁଜ୍(ବ୍ୟୁରୋ):କାଲିଠାରୁ ସଂସଦର ମୌସୁମୀ ଅଧିବେଶନ। ଚଳିତ ଅଧିବେଶନ ରହିବ ମହତ୍ତ୍ୱପୂର୍ଣ୍ଣ। ଅଧିବେଶନ ସମୟରେ ନିର୍ବାଚିତ ହେବେ ଦେଶର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। ମୌସୁମୀ ଅଧିବେଶନରେ କେନ୍ଦ୍ର ଆଗତ କରିବ ୨୪ଟି ବିଲ୍‌। କ୍ୟାଣ୍ଟନମେଣ୍ଟ ବିଲ୍‌, ମଲ୍‌ଟି ଷ୍ଟେଟ କୋଅପରେଟିଭ ସୋସାଇଟି ବିଲ୍‌ ସହ ପୂର୍ବରୁ ବକେୟା ଥିବା ୮ଟି ବିଲ୍‌କୁ ଆଗତ କରାଯିବ।

ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବା ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ଗୃହରେ ସମୟର ସଦୁପଯୋଗ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଛି ଆଲୋଚନା। ବୈଠକରେ ଯୋଗ ଦେଇଥିଲେ ୩୬ ଦଳର ନେତା। ଅଧିବେଶନ କାଳରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ନେଇ ମତ ଦେବା ସହ ଦାବି ଉଠାଇଥିଲେ।

ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି। ସେନାରେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ନେଇ ଘେରିବ କଂଗ୍ରେସ। ସେହିପରି ଦରଦାମ, ଏଲପିଜି ଦର ବୃଦ୍ଧି, ମୁଦ୍ରାସ୍ପୀତି, ବେରୋଜଗାରୀ ଆଦିକୁ ପ୍ରସଙ୍ଗ କରିବେ ବିରୋଧୀ ଦଳ। ଏହା ସହ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ଦୁରୁପଯୋଗ କରି ଗଣତନ୍ତ୍ର ହେଉଥିବା କୁଠାରଘାତ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ। ଏହି ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ଆଲୋଚନା କରିବାକୁ ଦାବି କରିଛନ୍ତି।

ସେପଟେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଗୃହରେ ଉପସ୍ଥାପନ କରିବ ବୋଲି କହିଛି ବିଜେଡି। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ଆସନ୍ତା କାଲି ପାର୍ଲାମେଣ୍ଟରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ମତଦାନ। ୨୧ ତାରିଖରେ ନିର୍ବାଚିତ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ର ମୁଖ୍ୟ। ସେପଟେ ଅଧିବେଶନ ନେଇ ଏନଡିଏ ଦଳମାନଙ୍କର ବୈଠକରେ ଆଲୋଚନା ହୋଇଛି। ବିରୋଧୀଙ୍କ ପ୍ରଶ୍ନର ଜବାବ ଦେବାକୁ ବୈଠକରେ ହୋଇଛି ରଣନୀତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.