Below header

ହସ୍ତରେଖା ଶାସ୍ତ୍ର : ହାତର ଶନି ପର୍ବତରେ ଏହି ରେଖା ଥିଲେ ହୋଇଥାଏ ଅଶୁଭ, ଆପଣଙ୍କର ନାହିଁ ତ

ହସ୍ତରେଖା ଶାସ୍ତ୍ର ଅନୁଯାୟୀ ହାତର ରେଖାରୁ ହିଁ ବ୍ଯକ୍ତିଙ୍କ ଜୀବନ ବିଷୟରେ କିଛି ଜାଣିବାକୁ ମିଳିଥାଏ। କୁହାଯାଇଥାଏ ହାତର ରେଖା କୌଣସି ବ୍ଯକ୍ତିଙ୍କ ଜୀବନର ରହସ୍ଯ ବିଷୟରେ ଜଣାଇବାରେ ସକ୍ଷମ ହୋଇଥାଏ। ହାତର ରେଖା ମାଧ୍ଯମରେ ବ୍ଯକ୍ତିଙ୍କ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ଯତ ଏହି ତିନଟି ରାଜ୍ ବିଷୟରେ ଜଣାପଡିଥାଏ।

ପ୍ରତ୍ଯେକ ମାତା-ପିତା ନିଜ ସନ୍ତାନର ବିବାହକୁ ନେଇ ଖୁବ୍ ଚିନ୍ତିତ ରହିଥାନ୍ତି। ଏନେଇ ହାତର ରେଖାରୁ ମଧ୍ଯ ବିବାହ ଯୋଗର ଅନ୍ଦାଜ୍ କରାଯାଇପାରିବ। ହସ୍ତରେଖା ବିଜ୍ଞାନ ବିଶେଷଜ୍ଞଙ୍କ ମୁତାବକ ହାତର ରେଖାରୁ ବ୍ଯକ୍ତିଙ୍କ ଜୀବନର ରହସ୍ଯ ବିଷୟରେ ଜଣାପଡିଥାଏ। ତେବେ ଜାଣନ୍ତୁ କ’ଣ କହିଥାଏ ହାତର ଶନି ପର୍ବତ ।

ହାତର ଶନି ପର୍ବତ କେଉଁଠି ଥାଏ :

ହସ୍ତରେଖା ଶାସ୍ତ୍ର ଅନୁସାରେ ବ୍ୟକ୍ତିର ହାତର ମଝି ଅଙ୍ଗୁଳି ତଳେ ଥାଏ ଶନି ପର୍ବତ । ଅର୍ଥାତ ଯେଉଁଠି ମଧ୍ୟମା ଅଙ୍ଗୁଳିର ଆରମ୍ଭ ହୋଇଥାଏ ତାକୁ ଶନି ପର୍ବତ କୁହାଯାଏ । କୁହାଯାଏ ଶନି ପର୍ବତ ଯଦି ଉଠିକରି ଥାଏ ତେବେ ବ୍ୟକ୍ତି ସୌଭାଗ୍ୟଶାଳୀ ହୋଇଥାଏ । ଏପରି ଲୋକେ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ଜୀବନରେ ଉଚ୍ଚ ପଦବୀରେ ପହଞ୍ଚିଥାନ୍ତି ।

କ’ଣ ପାଇଁ ଶନି ପର୍ବତରେ କିଛି ଚିହ୍ନ ଥିଲେ ଶୁଭ ହୋଇନଥାଏ :

ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ଶନି ପର୍ବତ ଉପରେ କିଛି ଚିହ୍ନ ଥିଲେ ଶୁଭ ହୋଇ ନଥାଏ । ଯେଉଁ ଲୋକଙ୍କ ହାତର ଶନି ପର୍ବତ ଉପରେ କ୍ରସ ବା ଦୀପ ଚିହ୍ନ ରହିଥାଏ । ସେହି ଲୋକଙ୍କ ଜୀବନରେ ମଝିରେ ମଝିରେ ବହୁ ସମସ୍ୟା ଆସିଥାଏ । ଏମିତି ଲୋକ ସ୍ୱାସ୍ଥ୍ୟ ଓ ଧନ ସମ୍ପର୍କୀୟ ସମସ୍ୟାରେ ଘେରି ରହିଥାନ୍ତି । ଏମିତିରେ ଶନି ଗ୍ରହଙ୍କ ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ ଶନିଦେବଙ୍କ ମନ୍ତ୍ର ଜପ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.