Below header

ଆନନ୍ଦପୁର ଖଲଣା ଗାଁରେ ଗୁଳିମାଡ଼ ଘଟଣାକୁ ୪ଦିନ ବିତିଲାଣି, ଅଭିଯୁକ୍ତ ଧରିବାରେ ବିଫଳ ପୋଲିସ

ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ଉପଖଣ୍ଡ ଖଲଣା ଗାଁରେ ଗୁଳିମାଡ଼ ଘଟଣାକୁ ୪ଦିନ ବିତିଲାଣି । ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି । ଅଭିଯୁକ୍ତ ଧରାପଡିନଥିବାବେଳେ ଗାଁରେ ଭୟର ବାତାବରଣ ଲାଗିରହିଛି । ଜୁଲାଇ ୧୪ ତାରିଖରେ ଗୁଳିମାଡ଼ରେ ସୁନନ୍ଦ ସେଠୀ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା। ହତ୍ୟା ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ।

ହତ୍ୟାକାରୀ ଘର ସହ ଦୋକାନ ଓ ଗାଡି ପୋଡିଦଇଥିଲେ ମୃତକଙ୍କ ସମର୍ଥକ । ସେପଟେ ଏହି ହତ୍ୟାକାଣ୍ଡ ପଛରେ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ପରୋକ୍ଷ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ । ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସେପଟେ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.