Below header

କରୋନା ଲଢ଼େଇ ଭିତରେ ଗ୍ରୀନ ଜୋନରେ ଥିବା ବୌଦ୍ଧ ଜିଲ୍ଲାକୁ ଫେରିବେ ପାଖାପାଖି ୭ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ

ବୌଦ୍ଧ: କରୋନା ଲଢ଼େଇ ଭିତରେ ଗ୍ରୀନ ଜୋନରେ ଥିବା ବୌଦ୍ଧ ଜିଲ୍ଲାକୁ ଫେରିବେ ପ୍ରବାସୀ ଓଡ଼ିଆ । ପାଖାପାଖି ୭ ହଜାରରୁ ଅଧିକ ଶ୍ରମିକ ବାହାର ରାଜ୍ୟରେ ଫସି ରହିଛନ୍ତି । ଲକଡାଉନ ପାଇଁ ଜିଲ୍ଲା ବାହାରେ ତଥା ରାଜ୍ୟ ବାହାରେ ଅଟକି ରହିଥିବା ବୌଦ୍ଧ ଜିଲ୍ଲାବାସୀ ଘରକୁ ଫେରିବାକୁ ଚାହୁଁଛନ୍ତି । ଏଥିପାଇଁ ଜିଲ୍ଲାର ସମସ୍ତ ୮୪ଟି ପଞ୍ଚାୟତରେ ଜାରି ରହିଛି ରେଜିଷ୍ଟ୍ରେସନ ।

workers returnବର୍ତ୍ତମାନ ସୁଦ୍ଧା ୪ ହଜାରରୁ ଅଧିକ ଲୋକ ନାମ ପଞ୍ଜିକୃତ କରିସାରିଥିବା ଜଣାପଡ଼ିଛି । ଜିଲ୍ଲା ଫେରନ୍ତାଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯାଇ ଡାକ୍ତରୀ ମାଇନା ସହ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ବାହାରୁ ଫେରିଥିବା ୩ ହଜାର ୧୫ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ପଠାଯାଇଥିବା ବେଳେ ଏବେ ୫୧୨ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । କରୋନା ଯେପରି ଜିଲ୍ଲାକୁ ପ୍ରବେଶ ନକରେ ସେଥିପ୍ରତି ଜିଲ୍ଲା ପ୍ରଶାସନ ସଜାଗ ରହିଥିବା କହିଛନ୍ତି ଜିଲ୍ଲାପାଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.