ଦୁବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ପରିବାର ଲୋକ

କେନ୍ଦ୍ରାପଡ଼ା: ଦୁବାଇରେ ଓଡ଼ିଆ ଶ୍ରମିକ ମୃତ। ମୃତଦେହ ଆଣିବା ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରି କଲା ପରିବାର। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବାବାଜୀ ଚନ୍ଦ୍ର ସେଠୀ ମାର୍ଚ୍ଚ ୧୯ ତାରିଖରେ କର୍ମସଂସ୍ଥାନ ପାଇଁ ଦୁବାଇ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ପାଣିପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତେବେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ତାଙ୍କ ସାଙ୍ଗମାନେ ବାବାଜୀଙ୍କ ପରିବାରକୁ ଫୋନ କରି ଜଣାଇଛନ୍ତି। ତେବେ କମ୍ପାନୀ ପକ୍ଷରୁ ଏନେଇ କୌଣସି ଖବର ଦିଆଯାଇନାହିଁ। ଏହି ଖବର ପାଇବା ପରେ ଇମେଲ ଜରିଆରେ ଜିଲ୍ଲାପାଳଙ୍କୁ ପରିବାର ଲୋକ ଜଣାଇଛନ୍ତି। ଏନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.