Below header

ସମ୍ବଲପୁର: ନୂଆଁଖାଇରେ ଅଘଟଣ, ଛଅବର୍ଷର ଝିଅକୁ ଧରି କୂଅକୁ ଡେଇଁ ଅତ୍ମହତ୍ୟା କଲା ମା

ସମ୍ବଲପୁର(କେନ୍ୟୁଜ୍): ଗୋଟିଏ ପଟେ ନୂଆଁଖାଇ ପାଇଁ ଖୁସି ମନାଉଛି ପଶ୍ଚିମ ଓଡିଶା, ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ କିନାଲୋଈ ଗାଁର ଗୋଟିଏ ପରିବାରରେ ଘୋଟି ଆସିଛି ଦୂଃଖର କଳାବାଦଲ। ଟିକେଶ୍ୱରୀ ଭୋଇ ନାମକ ଜଣେ ୪୦ ବର୍ଷୀୟ ମାନସିକ ବିକୃତି ମହିଳା ନିଜ ୬ ବର୍ଷର ଝିଅ ଖୁସିକୁ ଧରି କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ସୂଚନା  ମୁତାବକ  ଟିକେଶ୍ୱରୀ ନିଜ ସ୍ୱାମୀ ଜୟରାମ ଓ ଆଠ ବର୍ଷର  ଓ  ଛଅ ବର୍ଷର ଦୁଇ ଝିଅଙ୍କ ସହିତ ଆଜି  ଏକାଠି ବସି ନୂଆ ଖାଇଥିଲେ। କିନ୍ତୁ ଖାଇସାରିବା ପରେ  ଅର୍ଥାତ ଦିନ ପ୍ରାୟ ୨ଟା ବେଳ ଅଚାନକ ସାନ ଝିଅକୁ ଧରି ଟିକେଶ୍ୱରୀ  ଘର ନିକଟରେ ଥିବା କୂଅକୁ ଡେଇଁ ପଡ଼ିଥିଲେ। କୂଅକୁ ଡେଇଁ ପଡିଥିବାର ଦେଖି କିଛି ଦୂରେ ଥିବା ଜଣେ ଲୋକ ଆସି କୂଅକୁ ଦେଖିବା ବେଳକୁ ଉଭୟେ ପାଣି ଭିତରେ ବୁଡ଼ି ଯାଇଥିଲେ।

ଏହି ଖବର ଗ୍ରାମରେ ପ୍ରଚାର ହୋଇଯିବା ପରେ ଗ୍ରାମବାସୀ କୁଚିଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।  ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ମୃତ ଦେହକୁ ଉଦ୍ଧାର କରିଥିଲା।  ଖଟଣାର ଖବର ପାଇ ଲଇଡା ଫାଣ୍ଡି ଅଧିକାରୀ  ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ଆଜି ବୁର୍ଲା ପଠାଇବାକୁ ସମ୍ଭବ ନହେବାରୁ ଆସନ୍ତା କାଲି ଶବ ଗୁଡିକୁ ପଠାଯିବ ଓ ବ୍ୟବଚ୍ଛେଦ କରାଯିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି। ଯେହେତୁ ଟିକେଶ୍ୱରୀ  ମାନସିକ ବିକୃତ ଥିଲେ ତେଣୁ ଏହି କାଣ୍ଡ ଘଟାଇବାର ସଠିକ କାରଣ କଣ ଯଣାପଡିନାହିଁ ।  କିନ୍ତୁ ଅଧିକ ଅନୁସଂଧାନ ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.