ପୁଣି ଘୁଞ୍ଚିଲା କରୋନା ଟୀକା ‘କୋଭାସିଲ୍ଡ’ ର ବଜାର ପ୍ରବେଶ, କେବେ ମିଳିବ କହିହେବ ନାହିଁ ବୋଲି ସ୍ପଷ୍ଟ କଲା କମ୍ପାନି

ନୂଆଦିଲ୍ଲୀ : ଦେଶରେ ଖୁବ୍‌ ଶୀଘ୍ର କରୋନା ଟୀକା ‘କୋଭାସିଲ୍ଡ’ ବଜାରରେ ଉପଲବ୍ଧ ହେବ ବୋଲି ପ୍ରକାଶ ପାଇଥିଲା । ଲୋକେ ଏହାକୁ ନେଇ ଆଶାବାଦୀ ହୋଇ ପଡ଼ିଥିଲେ । ହେଲେ ‘କୋଭାସିଲ୍ଡ’ ପ୍ରସ୍ତୁତ କରୁଥିବା ପୁନେର ସିରମ ଇନଷ୍ଟିଚ୍ୟୁଟ୍ କମ୍ପାନି ବଡ଼ ବୟାନ ଦେଇଛି ।

କମ୍ପାନି ପକ୍ଷରୁ କୁହାଯାଇଛି ଯେ ସରକାର କେବଳ ଆମକୁ ଟୀକା ପ୍ରସ୍ତୁତ କରି ଷ୍ଟକ୍‌ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଟୀକ କେବେ ବଜାରକୁ ଆସିବ ତାହା ସ୍ପଷ୍ଟ ହୋଇନାହିଁ । ଏହି ଟୀକାର ସବୁ ପରୀକ୍ଷଣ ଶେଷ ପରେ ହିଁ କୁହାଯାଇ ପାରିବ ।

କେତେକ ଗଣମାଧ୍ୟମରେ ‘କୋଭାସିଲ୍ଡ’ ଟୀକା ଆଗାମୀ ୭୩ ଦିନ ପରେ ବଜାରରେ ଉପଲବ୍ଧ ହେବା ନେଇ ଖବରକୁ କମ୍ପାନି ପକ୍ଷରୁ ଅସ୍ୱୀକାର କରାଯାଇଛି । ଏବେ ଟୀକାର ୩ୟ ପର୍ଯ୍ୟାୟ ଟେଷ୍ଟ ଚାଲିଛି ।

ଟେଷ୍ଟରେ ସୂରକ୍ଷା ଓ ସଫଳତାକୁ ପ୍ରାଧାନ୍ୟ ଦିଆଯାଉଛି । ଏହି ଟୀକା ଟେଷ୍ଟରେ ସଫଳ ହେବା ପରେ ନିୟନ୍ତ୍ରକଙ୍କ ଅନୁମତି ପାଇ ବଜାରରେ ଉପଲବ୍ଧ ହେବ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି ।

କମ୍ପାନୀ ଟୀକା ସମ୍ପର୍କରେ ଟ୍ଵିଟ୍‌ କରି କହିଛି ଯେ ବର୍ତ୍ତମାନ ଟୀକା ୩ୟ ଫେଜ୍‌ ପରୀକ୍ଷଣ ଚାଲିଛି । ପରୀକ୍ଷଣର ଶେଷ ପରେ ଯାହା କୁହାଯାଇ ପାରିବ । ତେଣୁ ଆସନ୍ତା ୩ ମାସ ଭିତରେ ‘କୋଭାସିଲ୍ଡ’ ଟୀକା ଆସିବା ନେଇ କିଛି ଆଶା କରାଯାଇ ପାରିବ ନାହିଁ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.