Below header

ଭଦ୍ରକ: ଦୁଇ ଝିଅଙ୍କୁ ନେଇ ଘରେ ଶୋଇ ଥିବା ବେଳେ ସଟ ସର୍କିଟରୁ ଲାଗିଲା ନିଆଁ, ପୋଡିହୋଇ ମା ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

ଭଦ୍ରକ(କେନ୍ୟୁଜ୍):  ନିଆଁରେ ପୋଡି ମା ଜୀବନ୍ତ ଦଗ୍ଧ, ଝିଅ ଗୁରୁତର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ବ୍ଲକ ବାଣୀଟିଆ ପଂଚାୟତର ମହଲା ସାହି ଗାଁରେ । ଗାଁର ଭାରତୀ ବେହେରା ତାଙ୍କର ଦୁଇ ଝିଅଙ୍କୁ ନେଇ ଘରେ ଶୋଇ ଥିବା ବେଳେ ଘର ଭିତରେ ହଠାତ ବିଦ୍ୟୁତ ସଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା । ଫଳରେ ଘର ଭିତରେ ଥିବା ଦୁଇ ଝିଅଙ୍କ ମଧ୍ୟରୁ ଜଣେ ବାହାରି ଆସିଥିବା ବେଳେ ଅନ୍ୟ ଦୁଇ ଜଣ ରହିଯାଇ ଥିଲେ ।

ତେବେ ଘର ଭିତରେ ଥିବା ଭାରତୀ ବେହେରା ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୧୦ ବର୍ଷର ଝିଅଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକ ଉଦ୍ଧାର କାରି ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇଛନ୍ତି । ଖବର ପାଇଁ ଭଦ୍ରକରୁ ଦମକଳ ବାହିନୀ ଯାଇ ନିଆଁ କୁ ଆୟତ୍ତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.