Below header

ଭଦ୍ରକ: ନକଲି ସୁନା ଦେଇ ଠକୁଥୁବା ଠକ ଯୁବକ ଗିରଫ, ଅଳ୍ପକେ ଠକାମୀରୁ ରକ୍ଷା ପାଇଗଲେ ଦୋକାନୀ

ଭଦ୍ରକ(କେନ୍ୟୁଜ୍):  ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ବଜାରରେ ଥିବା ସୁବୋଧ ଚନ୍ଦ୍ର ସାହୁ ଏଣ୍ଡ ସନ୍ସ ଜୁଏଲରୀ ଦୋକାନକୁ ଜଣେ ଯୁବକ ୩୮ ଗ୍ରାମର ଏକ ନକଲି ସୁନା ଚୁଡ଼ି ବଦଳାଇ  ସୁନାହାର ଏବଂ ଅନ୍ୟ କିଛି ସୁନା ଜିନିଷ  ନେଉଥିବା ଜଣେ ଠକ ଯୁବକକୁ ଗିରଫ କରିଛି ଚାନ୍ଦବାଲି ପୋଲିସ । ସୁନା ଚୁଡ଼ଟି ସମ୍ପୂର୍ଣ୍ଣ ନୂଆ ଏବଂ ହଲମାର୍କ ଥିବା ଦେଖି ଦୋକାନୀ ସନ୍ଦେହ କରିଥିଲେ ଏବଂ ସୁନାକୁ ଯାଞ୍ଚକଲା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା ।

ଅନ୍ୟ କିଛି ଧାତୁ ଉପରେ ସୁନାର ପ୍ରଲୋପ ଦିଆଯାଇ ହଲମାର୍କ ଷ୍ଟାମ୍ପି କରାଯାଇବା ଜଣା ପଡିଥିଲା । ଉକ୍ତ ଯୁବକ ଜଣେ ପେଷାଦାର ଠକ ବୋଲି ସନ୍ଦେହ କରି ତାକୁ ଚାନ୍ଦବାଲି ଥାନାରେ ଜିମା ଦିଆଯାଇଛି ।ଉକ୍ତ ଯୁବକ ନାମ ସାୟଦ ଫଜଲେ କରିମ ଏବଂ ସେ ସାଲେପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଚାନ୍ଦବାଲି ପୋଲିସ ଉକ୍ତ ଯୁବକ ବ୍ୟବହାର କରିଥିବା କାରକୁ ଜବତ କରିବା ସହ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.