ମୟୂରଭଞ୍ଜ:ଡକ୍ଟର କମାଣ୍ଡାଣ୍ଟ ଫାଗୁରାମ ମାର୍ଣ୍ଡିଙ୍କୁ ଜନ୍ମମାଟିରେ ଦିଆଗଲା ଶ୍ରଦ୍ଧାଞ୍ଜଳି, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ମାଟିରେ ହେଲା ଶେଷକୃତ୍ୟ

ମୟୂରଭଞ୍ଜ(କେନ୍ୟୁଜ୍): ସହିଦଙ୍କୁ ଶେଷ ସମ୍ମାନ । ଡକ୍ଟର କମାଣ୍ଡାଣ୍ଟ ଫାଗୁରାମ ମାର୍ଣ୍ଡିଙ୍କୁ ଜନ୍ମମାଟିରେ ଦିଆଗଲା ଶ୍ରଦ୍ଧାଞ୍ଜଳି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ମାଟିରେ କରାଗଲା ଶେଷକୃତ୍ୟ । ଗତ ୧୧ ତାରିଖ ଦିନ ଆସାମର ରଙ୍ଗିଆ ଠାରେ ତାଙ୍କର ଦେହାନ୍ତ ହୋଇଥିଲା । ଏହାପରେ ସେନାର ସ୍ୱତନ୍ତ ଗାଡ଼ିରେ ମର ଶରୀରକୁ ଜନ୍ମ ମାଟି ମୟୂରଭଞ୍ଜ ରାଇରଙ୍ଗପୁର ବ୍ଲକ ସାନପଖାନା ଗ୍ରାମକୁ ଅଣାଯାଇଥିଲା ।

rairangpur jawanଫାଗୁରାମ ପ୍ରଥମେ ଆର୍ମିରେ ମେଜର ଭାବେ କାର୍ଯ୍ୟ କରୁଥିଲେ । ମେଜର ଭାବେ କାର୍ଗିଲ ଯୁଦ୍ଧ ସମୟରେ ତାଙ୍କ ଟିମ ଦ୍ରାସ ଓ ଟାଇଗର ହିଲରେ ସଫଳତା ଲାଭ କରି ପୁରସ୍କୃତ ମଧ୍ୟ ହୋଇଥିଲେ ।

rairangpur jawam 2

‘ସଶସ୍ତ୍ର ସୁରକ୍ଷା ବଳରେ ଡକ୍ଟର କମାଣ୍ଡାଣ୍ଟ ଭାବେ ଆସାମର ରଙ୍ଗିଆରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କର ପରଲୋକ ହୋଇଥିଲା । ଛୁଟିରେ ଘରକୁ ଆସି ଫେରିବାର ଦୁଇ ଦିନ ପରେ ତାଙ୍କର ପରଲୋକ ଘଟିବା ଖବର ପରିବାର ଲୋକଙ୍କୁ ସ୍ତବ୍ଧ କରିଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.