Below header

ପୁଣି ବିଏମସି ଆବର୍ଜନା ଗାଡ଼ି ଧକ୍କାରେ ମା’ ମୃତ, ପୁଅ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଭିଏସ୍‌ଏସ୍‌ ନଗରରେ ଦୁର୍ଘଟଣା । ବିଏମସି ଆବର୍ଜନା ଗାଡ଼ି ଧକ୍କାରେ ମା’ ମୃତ, ପୁଅ ଗୁରୁତର । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । ସ୍ଥାନୀୟ ଲୋକ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଘଟଣା ସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ବି ଉତ୍ତ୍ୟକ୍ତ ଲୋକ ମାନି ନଥିଲେ । ପରେ ପୋଲିସ ଫୋର୍ସ ଲଗାଇ ଦୁର୍ଘଟଣାଗ୍ରସ୍ତ ଅଳିଆ ଟ୍ରକକୁ ଲୋକଙ୍କ କବଜାରୁ ଉଦ୍ଧାର କରାଯାଇଥିଲା ।

ସେହି ସମୟରେ ବସ୍ତିର କିଛି ଲୋକ ପୋଲିସ ଉପରକୁ ଟେକା ମାଡ଼ କରିଥିଲେ । ପୋଲିସ ଗାଡିକୁ ଭଙ୍ଗା ରୁଜା କରିବା ପାଇଁ ଉଦ୍ୟମ କରିଥିଲେ । ଉତ୍ତ୍ୟକ୍ତ ଲୋକଙ୍କୁ ଘୁଡଇବା ପାଇଁ ମୃଦୁ ଲାଠି ଚାଳନା କରିଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.