ଡିଜେଲ ପିଇ ଦେଲା ରିକ୍ସାବାଲାର ଦୁଇବର୍ଷର ପୁଅ, ଡାକ୍ତରଖାନାରେ ଚାଲିଗଲା ଜୀବନ

ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଆରୁହାବୃତି-୨ ଗାଁର ରିକ୍ସା ଚାଳକ ସଞ୍ଚୟ ବେହେରାଙ୍କ ଦୁଇବର୍ଷର ପୁଅ ଡିଜେଲ ପିଇ ଦେବାରୁ ମୃତ୍ୟୁ ହୋଇଛି, ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ନରେ ସଞ୍ଚୟର ଇଞ୍ଜିନ ରିକ୍ସାଟି ଘର ନିକଟରେ ଖରାପ ହେବାରୁ ସେ ସଜାଡିବା ସମୟରେ ଅସାବଧାନତା ବଶତଃ ସେଠାରେ ତାଙ୍କ ଛୋଟ ପୁଅ ପହଞ୍ଚି ପାଖରେ ଥିବା ଡିଜେଲ ବୋତଲରୁ ଡିଜେଲ ପିଇଦେବା ପରେ ଅଚେତ ହୋଇଥିଲେ।

ପରେ ବାପା ସଞ୍ଚୟ ପୁଅର ଏପରି ଅବସ୍ଥା ଦେଖି ସଙ୍ଗେସଙ୍ଗେ କମର୍ଦ୍ଦା ଡାକ୍ତରଖାନା ନେଇ ଆସିଥିଲେ।ସେଠାରୁ ଗୁରୁତର ଅବସ୍ଥା ହେବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ମାତ୍ର ସେଠାରେ ଶିଶୁର ଅବସ୍ଥା ସଂକଟାପନ୍ନ ହେବାରୁ ପରିବାର ଲୋକ ଶିଶୁ ପୁତ୍ରକୁ ଭୁବନେଶ୍ୱରର ଏକ ହସ୍ପିଟାଲ ନେଇ ଚିକିତ୍ସା ଚାଲିଥିବା ଅବସ୍ଥାରେ ବିଳମ୍ବିତ ରାତ୍ରିରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଶିଶୁପୁତ୍ରର ମୃତ୍ୟୁ ଖବର ଶୁଣି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.