Below header

ଥାନା ବାବୁ ମୋ ପୁଅ ମୋତେ ମାରିଛି, ଦେଖୁନାହାଁନ୍ତି କେମିତି ମୁହଁରୁ ରକ୍ତ ବାହାର କରିଦେଇଛି

ଜଳେଶ୍ଵର (କେନ୍ୟୁଜ) : ସମ୍ପତ୍ତି ଲୋଭରେ ବୁଢୀ ମାକୁ ମାଡ ମାରି ଲହୁଲୁହାଣ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ପୂଅ ବୋହୁ। ନିଜର ଜୀବନ ବଞ୍ଚାଇବା ପାଇଁ ଅସହାୟ ଅବସ୍ଥାରେ ଚାଲି ଚାଲି ଆସି ଥାନାରେ ପହଞ୍ଚିଲେ ବୁଢୀ ମା ଜଣକ। ଗୋଟିଏ ହାତରେ ଧରିଛନ୍ତି ଅଭିଯୋଗ ପତ୍ର ଏବଂ ଅନ୍ୟ ହାତରେ ଧରିଛନ୍ତି ରକ୍ତରେ ଭର୍ତ୍ତି ହୋଇଥିବା ଡବା। କାଳେ ପୋଲିସ ବାବୁ ତାଙ୍କ କଥା ବିଶ୍ଵାସ ନକରିବେ ସେଥିପାଇଁ ମାଡ ଦ୍ଵାରା ଦେହରୁ ବାହାରି ଥିବା ରକ୍ତକୁ ଡବାରେ ଭର୍ତ୍ତି କରି ସାଙ୍ଗରେ ନେଇକି ଆସିଛନ୍ତି।

ସାଧାରଣତଃ ଘରେ ପୁଅ ଟିଏ ଜନ୍ମ ହେଲେ ବାପା ମା ଖୁସି ରେ ଗାଂଆ ଯାକ ମିଠା ବାଣ୍ଟନ୍ତି , ଝିଅ ଅପେକ୍ଷା ବାପା ମା ମାନେ ପୁଅ କୁ ଅଧିକ ସ୍ନେହଆଦର ମଧ୍ୟ କରିଥାନ୍ତି , କାରଣ ଝିଅଟିଏ ବାହା ହୋଇ ଶାଶୁଘରକୁ ଚାଲିଗଲା ପରେ ପରିଣତ ବୟସ ରେ ପୁଅ ବୋହୁ ସେମାନକଂ ର ସେବାଶୁଶ୍ରୁସା କରିବେ , ମାତ୍ର ଏହି ହୃଦୟବିଦାରକ ଦୃଶ୍ୟ ଦେଖିଲେ ଆପଣ ବି କହିବେ ଧିକ୍‌ ସେ ପୂଅ ବୋହୂ।

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ନାମ୍ପୋ ଫାଣ୍ତି ଅନ୍ତର୍ଗତ ଦେବକୁମାର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନାମ୍ପୋ ଫାଣ୍ତି ଅନ୍ତର୍ଗତ ଦେବକୁମାର ଗାଁର ବାସିନ୍ଦା ହେଉଛନ୍ତି ମଞ୍ଜୁରାଣୀ ମିତ୍ର। ବୟସ ୮୫ ଟପିଲାଣି, ନା କାନକୁ ଠିକ ରେ ଶୁଭୁଛି ନା ଆଖିକୁ ଠିକରେ ଦେଖାଯାଉଛି। ଚାଲବୁଲ କରିବାକୁ ବି ଦେହର ଆଉ ବଳ ନାହିଁ। କିନ୍ତୁ ଆଜିକାଲି ସ୍ୱାର୍ଥପର ଦୁନିଆରେ କିଏ ବା କାହାର। ସ୍ୱାମୀ ଭୂପତି ମିତ୍ର ଆରପାରିକୁ ଚାଲିଯିବା ପରେ ବୃଦ୍ଧା ମଞ୍ଜୁରାଣୀଦୁଖଃ କଷ୍ଟ କରି ୫ ଜଣ ପୁଅ ଏବଂ ଜଣେ ଝିଅକୁ ମଣିଷ କରାଇଥିଲେ। ବୃଦ୍ଧ ବୟସରେ ପୂଅ ବୋହୂ ନାତି ନାତୁଣୀଙ୍କ ଗହଣରେ ସୁଖରେ ଦିନ କାଟିବାକୁ କେତ କଣ ସ୍ୱପ୍ନ ଦେଖିଥିଲେ। ତାଙ୍କର ୪ ଜଣ ପୁଅ ବାହାର ରାଜ୍ୟରେ କାମ କରୁଥିବା ବେଳେ ସାନ ପୂଅ ଏବଂ ବୋହୁ ଘରେ ରହୁଛନ୍ତି। ବନମାଳୀ ବିଭିନ୍ନ ସମୟରେ ସମ୍ପତ୍ତି ନିଜ ନାମରେ କରାଇଦେବାକୁ କହି ବୁଢୀ ମା କୁ ମାଡ ମାରିବା ସହିତ ଗାଳିଗୁଲଜ କରେ। କିନ୍ତୁ ଗତକାଲି ପୁଅ ବନମାଳୀ ବୁଢୀମାକୁ ମାଡ ମାରି ଲହୁଲୁହାଣ କରିବା ସହିତ ତଣ୍ଟି ଚିପି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ। ତେଣୁ ଜୀବନ ବିକଳରେ ଅସହାୟ ଅବସ୍ଥାରେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି ବୁଢୀ ମା ଜଣକ। ତେବେ ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରୁଛି।

ଆପଣ କୁହନ୍ତୁ ଏ ମା କଣ ଏମିତି ମାଡ ଗାଳି ଖାଇ ରକ୍ତାକ୍ତ ହେବାକୁ ପୁଅଟିଏ ଜନ୍ମ କରିଥିଲା। ଦେଖନ୍ତୁ ଏ ମାଆର ବୟସକୁ ଥରେ। ପରିଣତ ବୟସରେ ଯେଉଁଠି ମାଆକୁ ସାହାରା ଦରକାର ସେଠି ପୁଅ ମାଆର ମୁହଁକୁ ଧରି ମାରୁଛି ବିଧା ଚାପୁଡା। ଆମେ ନିହାତି ଭାବେ କହି ରଖିବାକୁ ଚାହିଁବୁ ଯେ ମାଆର ସ୍ଥାନ ଅପୂରଣୀୟ। ଦୁନିଆରେ ସବୁକିଛି ମିଳିବ ହେଲେ ମାଆର ସ୍ନେହ ଶ୍ରଦ୍ଧା କେଉଁଠି ମିଳିବନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.