ଉପ ଜିଲ୍ଲାପାଳଙ୍କ ମହାନତା, ଆହତ ଛାତ୍ରକୁ ଉଦ୍ଧାର କରି ଦେଖାଇଲେ ସହାନୁଭୂତି

ଯାଜପୁର ଟାଉନ (କେନ୍ୟୁଜ): ଦୁର୍ଘଟଣାରେ ଆହତ ଛାତ୍ରକୁ ଉଦ୍ଧାର କରି ଡାକ୍ତର ଖାନାରେ ଭର୍ତ୍ତି କଲେ ଉପ ଜିଲ୍ଲାପାଳ। ଯାଜପୁର ଉପ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ବିଂଝାରପୁରରୁ ନିଜ ଅଫିସକୁ ଫେରୁଥିବା ସମୟରେ ଖଣ୍ଡରା ଛକ ନିକଟରେ ହୋଇଥିବା ଏକ ଦୁର୍ଘଟଣାରେ ନୃସିଂହ ଚରଣ ସେଠିଙ୍କ ପୁଅ ଲୋକନାଥ ଆହତ ହୋଇଥିଲେ।

ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ ନିଜ ଗାଡ଼ିରେ ଆହତ ଛାତ୍ର ଜଣକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ରେ ଭର୍ତ୍ତି କରି ଚିକିତ୍ସା ବ୍ୟବସ୍ଥା କରିଥିଲେ। ଉପ ଜିଲ୍ଲାପାଳଙ୍କ ଏପରି ପଦକ୍ଷେପ କୁ ସାଧାରଣ ରେ ସ୍ୱାଗତ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.