Below header

କଳିକଜିଆ ବଡ଼ ନା ପୁଅ ବଡ଼, ସାମାନ୍ୟ ଅଶାନ୍ତି ପାଇଁ ପୁଅର ତଣ୍ଟି ଚିପି ନିଜେ ବିଷ ପିଇଲା ମା’

ଆନନ୍ଦପୁର(କେ ନ୍ୟୁଜ): ନିଷ୍ଠୁର ସାଜିଲା ଜନ୍ମକଲା ମା । ରାଗରୁଷାରେ ଭୁଲିଗଲା ନିଜ ଜନ୍ମକଲା ପୁଅକୁ । କ୍ଷଣିକ କ୍ରୋଧ ପାଇଁ ନିରୀହ ପୁଅଟିର ମୁହଁ ବି ତାକୁ ଆଉ ଦିଶିଲାଣି | ତାକୁ ଜୀବନରୁ ଶେଷ କରିବା ପୂର୍ବରୁ ତା ହାତ ଥରିଲାନି ବି | ପାରିବାରିକ କଳହକୁ କେନ୍ଦ୍ରକରି ନିଜ ପାଞ୍ଚବର୍ଷର ଶିଶୁପୁତ୍ରକୁ ହତ୍ୟା କରିବା ପରେ ମା’ ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।

ଘଟଣାଟି ପ୍ରକୃତରେ ଘଟିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ । ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ମା ନିଜର ୫ବର୍ଷର ଶିଶୁପୁତ୍ରକୁ ହତ୍ୟା କରିବାପରେ ନିଜେ ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାଯାଇଛି | ଗୁରୁତର ଅବସ୍ଥାରେ ମା’ ମୋନାଲିସା ପ୍ରଧାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଗାଁର ବାସିନ୍ଦା ବିଶ୍ଵଜିତ ପ୍ରଧାନଙ୍କ ସ୍ତ୍ରୀ ମୋନାଲିସା କଥାକଥାରେ ପରିବାର ଲୋକଙ୍କ ସହ ଝଗଡା କରୁଥିବା କହିଛନ୍ତି ସ୍ୱାମୀ ବିଶ୍ଵଜିତ | ତେବେ ଆଜି ବିଶ୍ଵଜିତ ଘରେ ନଥିବା ସମୟରେ ମୋନାଲିସା ଏପରି ଏକ ଅମାନବୀୟ କାଣ୍ଡ ଘଟେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.