ଛୁଆକୁ କୂଅରେ ଫିଙ୍ଗି ନିଜେ ଡେଇଁପଡିଲା ମାଆ, ହେଲେ ଚାଲିଗଲା ଜଣଙ୍କ ଜୀବନ
ଛୁଆକୁ କୂଅରେ ଫିଙ୍ଗି ନିଜେ ଡେଇଁପଡିଲା ମାଆ। ନରସିଂହପୁର ବ୍ଲକ ବାଲିସାହି ପଞ୍ଚାୟତ ନୂଆଗାଁ ଗାଁରେ ଘଟିଛି ଏହି ଅଘଟଣ। ଶିଶଶୁର ମୃତ୍ୟୁ ହୋଇଥିବାବେଳେ ମାଆ ରମାମଣି ଦାସ ସୁସ୍ଥ ଅଛନ୍ତି।

ନରସିଂହପୁର(କେନ୍ୟୁଜ୍): ଛୁଆକୁ କୂଅରେ ଫିଙ୍ଗି ନିଜେ ଡେଇଁପଡିଲା ମାଆ। ନରସିଂହପୁର ବ୍ଲକ ବାଲିସାହି ପଞ୍ଚାୟତ ନୂଆଗାଁ ଗାଁରେ ଘଟିଛି ଏହି ଅଘଟଣ। ଶିଶଶୁର ମୃତ୍ୟୁ ହୋଇଥିବାବେଳେ ମାଆ ରମାମଣି ଦାସ ସୁସ୍ଥ ଅଛନ୍ତି।
ପାରିବାରିକ ଅଶାନ୍ତିରୁ ମାଆ ଏପରି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି। ରମାମଣିଙ୍କ ସ୍ୱାମୀ ଜଣେ ମାନସିକ ବିକୃତ ରୋଗୀ। ଯୋଡୁମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ମାଆକୁ ଅଟକ ରଖି ମାମଲା ରୁଜୁ କରିଛି।