୩ ସନ୍ତାନଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା ଉଦ୍ୟମ, ମେଡିକାଲରେ ୨ ପୁଅ ମୃତ

ଭୁବନେଶ୍ୱର(କେନ୍ୟୁଜ୍‌) :  ବିଷକ୍ରିୟାରେ ୨ ପୁଅ ମୃତ । ମାଆ ଓ ଝିଅ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ । ୩ ପିଲାଙ୍କୁ ବିଷ ଦେଇ ମା’ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସମସ୍ତଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ବିଷକ୍ରିୟାରେ ୨ ଜଣ ପୁଅଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେମାନଙ୍କର ବୟସ ଯଥାକ୍ରମେ ୪ ଓ ୩ ବର୍ଷ । ଗୁରୁତର ମା’ ର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଝିଅଙ୍କୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଛି । ଦେଢ଼ବର୍ଷର ଝିଅର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ତେବେ କେଉଁ କାରଣରୁ ଛୁଆଙ୍କୁ ବିଷ ପିଆଇ ମାଆ ଆତ୍ମହତ୍ୟା ଉଦ୍ୟମ କଲେ ତାହା ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.