Below header

ଅଳଜାଙ୍ଗଗୁଡା ଘାଟି : ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

କୋରାପୁଟ(କେନ୍ୟୁଜ୍‌) :  କୋରାପୁଟ ଅଳାଜାଙ୍ଗଗୁଡା ଘାଟିରେ ଯାଉଥିବା ଏକ ଚଳନ୍ତା କାର୍‌ରେ ଅକସ୍ମାତ ନିଆଁ ଲାଗିଯାଇଥିବା ବେଳେ ଏଥିରେ ଥିବା ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ପଟାଙ୍ଗି ଅଗ୍ନିଶମ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଛି । ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି ।

ସୂଚନାନୁଯାୟୀ, ଧନୁର୍ଜୟ ହନ୍ତାଳ ଓ ତାଙ୍କ ସାଥି ସମ୍ବାଇ ଗ୍ରାମ ଠାରୁ ନିଜ ଗ୍ରାମ ଟବା ନାୟକଗୁଡ଼ାକୁ ଯାଉଥିବା ବେଳେ ଅଳଜାଙ୍ଗଗୁଡ଼ା ଘାଟିରେ ହଠାତ୍‌ ଗାଡ଼ିର ଇଞ୍ଜିନରୁ ଧୂଆଁ ବାହାରିଥିଲା । ସମ୍ଭାବ୍ୟ ଦୁର୍ଘଟଣାକୁ ଆଶଙ୍କା କରି ଉଭୟେ କାର୍‌ରୁ ଓହ୍ଲାଇ ପଡ଼ିଥିଲେ । ଏହାପରେ ଗାଡ଼ିଟି ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଯାଇଥିଲା ।

ଏହି ସମୟରେ ସେହି ବାଟ ଦେଇ ପଟାଙ୍ଗି ଥାନା ଅଧିକାରୀ କୈବଲ୍ୟ ସେଠ ଏବଂ ଏ ଏସ ଆଇ ସୁବାଷ ନାୟକ ଆସୁଥୁବାବେଳେ ଗାଡିଟି ଜଲୁଥୁବା ଦେଖି ପଟାଙ୍ଗି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ପଟାଙ୍ଗି ଅଗ୍ନିଶମ ବିଭାଗର ମୁଖ୍ୟ ଆଗ୍ନିକ ସନ୍ତୋଷ ବେହେରାଙ୍କ ତତ୍ତ୍ୱାବଧାନରେ କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ରାସ୍ତା ମଝିରେ ରହିଥିବା ଗାଡିଟିକୁ ହଟାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.