Below header

କେନ୍ଦ୍ର ଜାରି କଲା ଏପ୍ରିଲ୍‌ ଗାଇଡ୍‌ଲାଇନ୍‌, ମାସ୍କ ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ

କରୋନା ସଂକ୍ରମଣ ବଢ଼ିଲା । ଫେରିଲା ପୁରୁଣା କଟକଣା । କେନ୍ଦ୍ର ଜାରି କଲା ଏପ୍ରିଲ ପାଇଁ କଡ଼ା ଗାଇଡ୍‌ଲାଇନ । ଏଥିରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା ଉପରେ ଜୋର ଦିଆଯାଇଛି। ନିୟମ ନ ମାନିଲେ ଆଦାୟ ହେବ ଫାଇନ୍‌ । ଏଥିପାଇଁ ଜିଲ୍ଲାପାଳଙ୍କୁ ଦିଆଯାଇଛି କ୍ଷମତା। ସେହିପରି କଣ୍ଟେନମେଣ୍ଟ ଜୋନ୍‌ ଗାଇଡ୍‌ଲାଇନ୍‌ ପାଳନକୁ କଡ଼ା କରିବାକୁ କୁହାଯାଇଛି । ଟେଷ୍ଟ-ଟ୍ରାକ୍‌ ଓ ଟ୍ରିଟ୍‌କୁ ନୂଆ ଗାଇଡ୍‌ଲାଇନରେ ମିଳିଛି ଗୁରୁତ୍ୱ ।

ରାଜ୍ୟଗୁଡିକ ଆରଟିପିସିଆର ଟେଷ୍ଟ ସଂଖ୍ୟା ବଢାଇବାକୁ କୁହାଯାଇଛି। ୭୦ ପ୍ରତିଶତରୁ ଅଧିକ ଆରଟିପିସିଆର ଟେଷ୍ଟ ପାଇଁ ରହିଛି ଗାଇଡ୍‌ଲାଇନ୍‌ । ପଜିଟିଭ୍‌ ଚିହ୍ନଟ ହେବା କ୍ଷଣି ତାଙ୍କୁ ସଂଗରୋଧ କିମ୍ବା ଏକାନ୍ତବାସରେ ରଖି ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ଗାଇଡଲାଇନରେ କୁହାଯାଇଛି । ଏହାସହ ଜିଲ୍ଲା ପ୍ରଶାସନ ଦ୍ୱାରା ମାଇକ୍ରୋ ଲେଭଲ କଣ୍ଟେନମେଣ୍ଟ ଜୋନ ଘୋଷଣା, କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ଯାଇ ସର୍ଭେଲାନ୍‌ସ, କଣ୍ଟାକ୍ଟ ଟ୍ରେସିଂ ପାଇଁ ଏପ୍ରିଲ୍‌ ଗାଇଡ୍‌ ଲାଇନ୍ ରେ ଗୁରୁତ୍ୱ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.