ଛତିଶା ନିଯୋଗ ବୈଠକ, ସାନିଟାଇଜେସନ ପାଇଁ ସପ୍ତାହରେ ଗୋଟିଏ ଦିନ ଦର୍ଶନ ବନ୍ଦ ରଖିବାକୁ ପ୍ରସ୍ତାବ

ପୁରୀ(କେ ନ୍ୟୁଜ): ପୁରୀରେ ଆୟୋଜିତ ହୋଇଛି ଛତିଶା ନିଯୋଗ ବୈଠକ। ବୈଠକରେ ଶ୍ରୀମନ୍ଦିର ସାନିଟାଇଜ କରିବା ପାଇଁ ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବାକୁ ପ୍ରସ୍ତାବ ଆସିଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ନିବେଦନ କରିଛି। ଆଗକୁ ରଥଯାତ୍ରା ଥିବାରୁ ରଥ ନିର୍ମାଣରେ ନିୟୋଜିତ ଭୋଇ ଓ ମହାରଣା ସେବକଙ୍କୁ ମଧ୍ୟ ସମୟ ପୂର୍ବରୁ ଟିକାକରଣ କରାଯିବ। ଆସନ୍ତା ୨୮ରେ ଦୋଳପୂର୍ଣ୍ଣିମା ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି।

Leave A Reply

Your email address will not be published.