Below header

ପ୍ରଥମ ଦିନିକିଆରେ ଜୋରଦାର ବିଜୟ ଦେଲେ ବୋଲର୍‌, ପଦାର୍ପଣରେ ପ୍ରଦିଶ କ୍ରିଷ୍ଣା ଦେଖାଇଲେ ଜଲଓ୍ଵା

ପୁନେ : ବଢ଼ିଆ ବୋଲିଂ ଆଜି ଭାରତକୁ ପ୍ରଥମ ଦିନିକଆରେ ଜିତାଇ ଦେଇଛି । ଆଜି ଇଂଲଣ୍ଡକୁ ୬୬ ରନ୍‌ରେ ହରାଇ ତିନି ମ୍ୟାଚ୍‌ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ ।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫ ଓ୍ଵିକେଟ୍‌ରେ ୩୧୭ ରନ୍‌ କରିଥିଲା । ଜବାବରେ ଇଂଲଣ୍ଡ ୨୫୧ ରନ୍‌ କରି ପାରିଥିଲା । ଦଳ ୪୨.୧ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା । ଦଳ ପକ୍ଷରୁ ଓପ୍ନର ଜାସନ୍‌ ରୟ ୩୫ ବଲ୍‌ରେ ୪୬, ଜନୀ ବ୍ୟାରିଷ୍ଟୋ ୬୬ ବଲ୍‌ରେ ୯୪ ରନ୍‌ (୬ ଚୌକା, ୭ ଛକା) ସ୍କୋର କରିଥିଲେ । ଏହି ଦୁଇ ଓପ୍ନର ୧୪.୨ ଓଭରରେ ୧୩୫ ରନ୍‌ ଯୋଡ଼ି ଦଳ ପାଇଁ ଭଲ ମୂଳଦୁଆ ତିଆରି କରିଥିଲେ । ହେଲେ ଏଠାରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ବୋଲର୍‌ ପ୍ରସିଦ୍ଧ କ୍ରିଷ୍ଣା ଏହି ଯୋଡ଼ିକୁ ଭାଙ୍ଗିଥିଲେ ଜାସନ୍‌ ରାୟଙ୍କୁ ଆଉଟ୍‌ କରି । ଏହା ତାଙ୍କର ପ୍ରଥମ ମ୍ୟାଚ୍‌ର ପ୍ରଥମ ଓ୍ଵିକେଟ୍‌ ଥିଲା । ଏହାପରେ ପସିଦ୍ଧ ଓ ଶାର୍ଦ୍ଦୁଲ ଠାକୁର ଇଂଲଣ୍ଡର ଗୋଟିଏ ପରେ ଗୋଟିଏ ଓ୍ଵିକେଟ୍‌ ଖସାଇ ଚାଲିଥିଲେ । ଶତକ ଠାରୁ ଆଉ ମାତ୍ର ୪ ରନ୍‌ ଦୂରରେ ଥିବା ବେଳେ ବ୍ୟାରେଷ୍ଟୋଙ୍କୁ ଆଉଟ୍‌ କରିଥିଲେ ଠାକୁର ।

INDIA

ପରେ ଅଧିନାୟକ ମୋର୍ଗାନ ୨୨ ରନ୍‌ରେ ବିଦା ହୋଇଥିଲେ । ତଥାପି ରନ୍‌ ହାର ପୂରା ଟକ୍କରରେ ଚାଲିଥିଲା । ଆଉ ୧୩ ଓଭର୍‌ ବାକି ଥିବା ବେଳେ ହାତରେ ୪ ଓ୍ଵିକେଟ୍‌ ଥାଇ ଇଂଲଣ୍ଡକୁ କରିବାକୁ ଥିଲା ୭୮ ରନ୍‌ । ମୋଇନ୍‌ ଅଲୀ ଲଢ଼େଇ ଜାରି ରଖିଥିଲେ । ହେଲେ ୩୦ ରନ୍‌ କରି ସେ ଆଉଟ୍‌ ହେବା ପରେ ଦଳର ବିଜୟ ଆଶା ମଉଳି ଗଲା ।

ଭାରତ ପକ୍ଷରୁ ଯୁବ ବୋଲର୍‌ ପ୍ରଦିଶ କ୍ରିଷ୍ଣା ନିଜର ପ୍ରଥମ ମ୍ୟାଚ୍‌ରେ ୫୪ ରନ୍‌ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି । ଠାକୁର ୩ଟି ଏବଂ ଭୁବନେଶ୍ୱର କୁମାର ୨ଟି ଓ୍ଵିକେଟ୍‌ ଅକ୍ତିିଆର କରିଛନ୍ତି ।

SCORE-1

SCORE-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.