ଯଦି ଆପଣ ପ୍ରଚୁର ଧନ ଚାହୁଁଛନ୍ତି, ତେବେ ନିଶ୍ଚିତ ଯାଆନ୍ତୁ ମା’ ଲକ୍ଷ୍ମୀଙ୍କ ଏହି ମନ୍ଦିରକୁ

ଧନ କିଏ ବା ନ ଚାହେଁ । ଧନ ନଥିଲେ ସବୁ କିଛି ଶୂନ୍ୟ । ଧନ ପାଇବା ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଡାକିଥାନ୍ତି । ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦାତ୍ରୀ । ହିନ୍ଦୁ ଦେବତାମାନଙ୍କ ମଧ୍ୟରେ ମାତା ଲକ୍ଷ୍ମୀଙ୍କ ସ୍ଥାନ ସ୍ୱତନ୍ତ୍ର । ଭାରତରେ ମା’ ଲକ୍ଷ୍ମୀଙ୍କର ବିଭିନ୍ନ ମନ୍ଦିର ରହିଛି । ତେବେ ଆଜି ଆମେ ଆପଣଙ୍କୁ ମା’ଙ୍କର ଏପରି ମନ୍ଦିରକୁ ନେଇଯିବୁ ଯେଉଁଠିକୁ ଗଲେ କେବେ ଆପଣଙ୍କର ରହିବନି ଆର୍ଥିକ ସଙ୍କଟ ।

ଏହି ମନ୍ଦିର କର୍ଣ୍ଣାଟକ ହସନ ଠାରୁ ୧୬ କି.ମି ଦୂର ଡୋଦଗାଦବଲୀ ଗାଁରେ ଅବସ୍ଥିତ । ଏହି ମନ୍ଦିର ୯୦୦ ବର୍ଷ ପୂରୁଣା । ଐତିହାସିକଙ୍କ ମତରେ ଏହି ମନ୍ଦିରର ନିର୍ମାଣ ୧୧୧୩-୧୪ ମଧ୍ୟରେ ଶାସକ ବିଷ୍ଣୁବର୍ଦ୍ଧନଙ୍କ ସମୟରେ ହେବାର ଆଶା କରାଯାଏ । ମନ୍ଦିରର ମୁଖ୍ୟ ଦେବତା ମାତା ଲକ୍ଷ୍ମୀ । ମା’ଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂରରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି ।

ମନ୍ଦିରର ୪ ଦିଗରେ ୪ଟି ଗୃହ ରହିଛି । ସବୁଠୁ ବଡ଼ କଥା ହେଲା ସେସବୁ ନିଜ ନିଜ ମଧ୍ୟରେ ଯୋଡ଼ି ହୋଇ ରହିଛି । ପୂର୍ବ ଗର୍ଭ ଗୃହରେ ମା’ ଲକ୍ଷ୍ମୀ ବିରାଜମାନ ଅଛନ୍ତି । ମା’ଙ୍କର ଡାହାଣ ହାତରେ ଶଙ୍ଖ ଓ ଉପର ବାମ ହାତରେ ଚକ୍ର ରହିଛି । ମା’ ଙ୍କର ଦୁଇ ପାର୍ଶ୍ୱରେ ଦୁଇ ପରିଚାରିକା ଅଛନ୍ତି ।
ଏହାଛଡ଼ା ମନ୍ଦିରରେ ନୃତ୍ୟ ରତ ଶିବ, ମଇଁଷି ଉବରେ ବିରାଜମାନ ଯମ, ସମୁଦ୍ର ଦେବତା ବରୁଣଙ୍କ ପ୍ରତିମା ରହିଛନ୍ତି । ସେହିପରି ମନ୍ଦିରର ଉତ୍ତର ପାର୍ଶ୍ୱରେ ଦେବରାଜ ଇନ୍ଦ୍ରଙ୍କ ମୂର୍ତ୍ତି ରହିଛି ଯେକି ତାଙ୍କର ବାହାନ ଐରାବତ ଉପରେ ବିରାଜମାନ ଅଛନ୍ତି । ଏଥିସହ ଦେବରାଜ ଇନ୍ଦ୍ରଙ୍କର ବଜ୍ର ସହ ଇନ୍ଦ୍ରାଣୀ ମଧ୍ୟ ଥିବା ଦେଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.