Below header

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି, ସବୁ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନକୁ ଆୟକର ଓ ଜିଏସ୍‌ଟିରୁ ବାଦ୍‌ ଦେବାକୁ ବିଜେଡିର ଦାବି

ଭୁବନେଶ୍ବର(କେନ୍ୟୁଜ୍):  ସବୁ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନକୁ ଆୟକର ଓ ଜିଏସ୍‌ଟିରୁ ବାଦ୍‌ ଦେବାକୁ ବିଜେଡିର ଦାବି। ଦଳର ସାଧାରଣ ସମ୍ପାଦକ ତଥା ସାଂସଦ ଅମର ପଟ୍ଟନାୟକ ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି। ଟିକସ ଛାଡ ନେଇ ରାଜସ୍ୱ ବିଭାଗ ସହ ସିବିଡିଟିକୁ ନିୟମରେ ପରିବର୍ତ୍ତନ ଆଣିବାକୁ ନିର୍ଦ୍ଦେଶ ଦିଆଯାଉ। ଏହାସହ ଜିଏସ୍‌ଟି ଆଇନରେ ମଧ୍ୟ ସଂଶୋଧନ ଆଣିବାକୁ ଅନୁରୋଧ କରିଛନ୍ତି ଅମର ପଟ୍ଟନାୟକ । ଆୟକର ଆଇନର ସେକ୍ସନ ୧୨ ଏ ଓ ୧୦(୪୬)ରେ ଆସୁ ଥିବା ଟ୍ରଷ୍ଟକୁ ଟିକସ ଦେବାକୁ ପଡେ ନାହିଁ। ଡିଏମ୍‌ଏଫକୁ ଏହି ସେକ୍ସନରେ ଆଣିବାକୁ ଅନୁରୋଧ କରାଯାଇଛି। ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟ ଏକ ଅଣ ଲାଭଦୟକ ସଂସ୍ଥା। ଖଣିଜ ସମ୍ପଦ ବହୁଳ ଜିଲ୍ଲା ଗୁଡିକରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଜରିଆରେ କାର୍ଯ୍ୟକାରୀ ହେଉଛି। ଓଡ଼ିଶାରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ସମ୍ବଲପୁର, ଅନୁଗୁଳ, ରାୟଗଡ଼ା ଓ କଳାହାଣ୍ଡିରେ ଟ୍ରଷ୍ଟ ଗଠିତ ହୋଇଛି। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ୱାରା ଏହି ଟ୍ରଷ୍ଟ ପରିଚାଳିତ ହେଉଛି। ସେମାନେ ମିନେରାଲ ଡେଭଲପ୍‌ମେଣ୍ଟ ଫଣ୍ଡର ହିସାବ ରଖନ୍ତି। ଖଣିଜ ବହୁଳ ଅଂଚଳରେ ଖଣିଦ୍ୱାରା ପ୍ରଭାବିତ ଲୋକଙ୍କ ଉନ୍ନତି ଦିଗରେ ଟ୍ରଷ୍ଟ କାମ କରୁଛି। ଏହା ସରକାରଙ୍କ ଅଣଲାଭ ଦାୟକ ଅଂଶ। ତେଣୁ ଡିଏମ୍‌ଏଫକୁ ଆୟକର ଓ ଜିଏସ୍‌ଟିରୁ ବାଦ୍‌ ଦେବାକୁ ଚିଠି ଲେଖିଛନ୍ତି ଅମର ପଟ୍ଟନାୟକ।

amar pattanik latter

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.