ଗୃହ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି, ଏବେ ପୋଲିସ ଓ ସୁରକ୍ଷା ବଳଙ୍କ ଅଫିସରେ ଲାଗିବ ସର୍ଦାର ବଲ୍ଲଭାଇ ପଟେଲଙ୍କ ଫଟୋ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି। ଏଣିକି ସବୁ ଥାନା  ଓ ସୁରକ୍ଷାବଳ ଅଫିସରେ ସର୍ଦାର ବଲ୍ଲଭାଇ ପଟେଲଙ୍କ ଫଟୋ ଲଗାଇବା ବାଧ୍ୟତାମୂଳକ ହେବ।  ଏହି ନିର୍ଦ୍ଦେଶନାମା ଜାରି କରିବା ସହ ପଟେଲଙ୍କର  ସେହି ଫଟୋକୁ ମଧ୍ୟ ଜାରି କରାଯାଇଛି  ଯାହା କାର୍ଯ୍ୟାଳୟରେ ଲଗାଯିବା ପାଇଁ ମନୋନିତ ହୋଇଛି। ସବୁ ସେନା ଅଫିସ ଓ ପୋଲିସ ବିଭାଗକୁ ନିର୍ଦ୍ଦେଶନାମା ଜାରି କାରି ଗୃହ ମନ୍ତ୍ରଣାଳୟ ତରଫରୁ ଏହା କୁହାଯାଇଛି ଯେ ପଟେଲଙ୍କର ଫଟୋ ସହିତ ‘ଭାରତର ସୁରକ୍ଷା ଓ ଏକତା ମଧ୍ୟ ଆମେ ସବୁବେଳେ ଅକ୍ଷୁର୍ଣ୍ଣ ରଖିବା’ର ବାର୍ତ୍ତାଟିକୁ ଲେଖି ଅଫିସରେ ଲଗାଇବାକୁ ହେବ।

୩୧ ଅକ୍ଟୋବରରେ ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦାର ବଲ୍ଲଭାଇ  ପଟେଲଙ୍କ  ଜୟନ୍ତୀ ରାଷ୍ଟ୍ରୀୟ ଏକତା ଦିବସ ରୂପରେ ପାଳନ ହେବାକୁ ଯାଉଛି। ଏହି ଅବସରରେ ଗୃହ ମନ୍ତ୍ରଣାଳୟ ଅନେକ ବଡ ଆୟୋଜନ କରିବାକୁ ଯାଉଛି।  ଧାର ୩୭୦ ଉଚ୍ଛେଦ ସହିତ ଜାମ୍ମୁ କଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗ କରାଯିବା ନେଇ ଗୃହ ମନ୍ତ୍ରଣାଳୟ ଷ୍ଟାଚ୍ୟୁ ଅଫ ଲିବର୍ଟି କାର୍ଯ୍ୟକ୍ରମର ଆୟୋଜନ କରୁଛି। ଏଥିପାଇଁ ପ୍ରସ୍ତୁତି ପୁରା ଜୋରଦାରରେ ଚାଲିଛି। ଏହି କାର୍ଯ୍ୟକ୍ରମରେ ଦେଶ ବ୍ୟାପି ହଜାର ହଜାର ଲୋକ ସାମିଲ ହେବେ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ସାମିଲ ହେବେ । ପ୍ରଥମ ଥର ଅଗଷ୍ଟ ୧୫ ଓ ଜାନୁଆରୀ ୨୬ରେ ଦେଶରେ ଏକତା ଦିବସ ପାଳନ ହେବ। ଏହା ସହିତ ଏହି କାର୍ଯ୍ୟକ୍ରମ ଅବସରରେ ସର୍ଦାର ପଟେଲ ରାଷ୍ଟ୍ରୀୟ ଏକତା ଆୱାର୍ଡ ବିତରଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.