Below header

ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ସ୍ଥିତିର ସମୀକ୍ଷା କଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

ବୌଦ୍ଧ (କେ ନ୍ୟୁଜ୍‌) : କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ସ୍ଥାନୀୟ ସର୍କିଟ୍ ହାଉସ ଠାରେ ପ୍ରଥମେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏଡିଏମ ଶଶାଙ୍କ ଦାଶ, ଏସ୍‌ପି ଭି. ରଘୁନାଥ ରାଓ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ନେଇ ଏହି ସମୀକ୍ଷା ବୈଠକ ବସିଥିଲା । ଏହି ବୈଠକରେ କରୋନାର ମୁକାବିଲା ନେଇ ଜିଲ୍ଲା ପ୍ରଶାସନର ପଦକ୍ଷେପ ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ପରେ ବୌଦ୍ଧ ସ୍ଥିତ କୋଭିଡ ସ୍ୱସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ ।

samanta-1ବୌଦ୍ଧ ଡିଗ୍ରୀ କଲେଜର ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ଅନ୍ତେବାସୀଙ୍କ ସୁବିଧା ଅସୁବିଧା ବୁଝିବାକୁ ଡ. ସାମନ୍ତ ସିଧାସଳଖ ସେମାନଙ୍କ ସହିତ କଥାବର୍ତ୍ତା କରିଥିଲେ । ଏହି ଅବସରରେ ଧୈର‌୍ୟ୍ୟର ସହ ପରିସ୍ଥିତିର ମୁକାବିଲା କରିବା ପାଇଁ ସାଂସଦ ଅନ୍ତେବାସୀମାନଙ୍କୁ ପରାମର୍ଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.