Below header

ଗଞ୍ଜାମ ଜିଲ୍ଲାରେ ଦୁଇ ଜଣ ହୋମ୍‌ଗାର୍ଡ଼ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର (କେ ନ୍ୟୁଜ୍‌) : କମିଶନରେଟ୍ ପୋଲିସ୍ କର୍ମଚାରୀ ଏବଂ ଡାକ୍ତରଙ୍କ ପରେ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ହୋମ୍‌ଗାର୍ଡ଼ । ମିଳିଥିବା ସୂଚନା ଅନୁଯାୟୀ ଦୁଇଜଣ ହୋମ୍‌ଗାର୍ଡ଼ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏମାନେ ଗଞ୍ଜାମ ଜିଲ୍ଲା ପୋଲସରା ଥାନାର । ସେମାନେ ଜଗନ୍ନାଥପୁର ରେଳ ଷ୍ଟେସନ୍‌ରେ ମୁତୟନ ଥିଲେ । ଏଠାକୁ ଶ୍ରମିକ ସ୍ପେସାଲ ଟ୍ରେନ୍‌ରେ ପ୍ରବାସୀମାନେ ଆସୁଥିଲେ ।

ଦୁଇ ହୋମଗାର୍ଡ଼ଙ୍କର ସ୍ୱାବ୍ ଟେଷ୍ଟ ପରେ ସେମାନେ ପଜିଟିଭ୍ ଥିବା ଜଣାପଡ଼ିଛି । ସେମାନଙ୍କୁ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ଗଞ୍ଜାମ ଏସ୍‌ପି ଟ୍ଵିଟ୍ କରି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.