Below header

ଶେଷ ପର୍ଯ୍ୟାୟ ମତଦାନ: ବୁଥ୍‌ ନିକଟରେ ମୁଣ୍ଡିଆ ମାରିଲେ ସାଂସଦ ପ୍ରମିଳା ବିଶୋୟୀ

କେନ୍ୟୁଜ୍(ବ୍ୟୁରୋ): ପଞ୍ଚମ ପର୍ଯ୍ୟାୟ ମତଦାନରେ କରୁଛନ୍ତିି ହେଭିେଓ୍ଵଟ୍‌ । ଭୋଟ୍‌ ଦେଲେ ଆସ୍କା ସାଂସଦ ପ୍ରମିଳା ବିଶୋୟୀ । ବୁଥ୍‌ ନିକଟରେ ମୁଣ୍ଡିଆ ମାରିବା ସହ ଜଗନ୍ନାଥଙ୍କ ଆର୍ଶୀବାଦରୁ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ହେବ ବୋଲି କହିଛନ୍ତି । ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଚାଲିଛି। ଏହି କ୍ରମରେ ଗଂଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର,ଆସ୍କା, ବେଗୁଣିଆପଡା ବ୍ଲକ ଅଧୀନରେ ଥିବା ୧୦ଟି ଜିଲ୍ଲା ପରିଷଦ ଓ ୭୨  ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଆସନ ପାଇଁ ଭୋଟ ଗ୍ରହଣ ହେଉଛି।  ଆସ୍କା ସାଂସଦ ପ୍ରମିଳା ବିଷୋୟୀ ନିଜ ଗ୍ରାମ ଚେରମାରିଆରେ ଭୋଟ ଦେଇ ବୂଥ ନିକଟରେ ମୁଣ୍ଡିଆ ମାରିବା ସହ ଜଗନ୍ନାଥଙ୍କ ଆଶୀର୍ବାଦରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ହେବ ବୋଲି ଆଶା କରିବା ସହ ପଞ୍ଚାୟତର ବିକାଶ ପାଇଁ ଗ୍ରାମବାସୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ।

ସେହିପରି କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ନିଜ ମତ ସାବ୍ୟସ୍ତ କରିଛନ୍ତି । ଖୋର୍ଦ୍ଧା ଜଟଣୀ ବ୍ଳକ ଛଣଘର ପଞ୍ଚାୟତରେ ଭୋଟ ଦେଇଛନ୍ତି ସୁର ରାଉତରାୟ । ନିଜେ ଭୋଟ ଦେବା ସହ ଭୋଟରଙ୍କୁ ଉତ୍ସାହିତ କରିଛନ୍ତି ।

ସେହିପରି ରସୁଲପର ପଞ୍ଚାୟତ ଚଣ୍ଡିପୁର ଉଚ୍ଚ ପ୍ରାଥମିକ ୫ ନମ୍ବର ବୁଥ୍‌ରେ ମତଦାନ କରିଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । ନିଜ ପରିବାର ସହ ଭୋଟ ଦେଇଛନ୍ତି ବିଧାୟକ । ଭୋଟ ଦେବା ପରେ ଅନ୍ୟମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.