Below header

ଯୁଦ୍ଧ ଆରମ୍ଭ: ୟୁକ୍ରେନକୁ ସାହାଯ୍ୟ ପାଇଁ ପୂର୍ବ ୟୁରୋପକୁ ଅଧିକ ସୈନ୍ୟ ପଠାଇଲା ଆମେରିକା

ୟୁକ୍ରେନ୍‌ ସଙ୍କଟ ନେଇ ମିଳିତ ଜାତିସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ୩ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଏହି ସୁରକ୍ଷା ପରିଷଦର ବୈଠକ ବସିଛି। ଋଷିଆର ମିଲିଟାରୀ ଅପରେସନ ଘୋଷଣା ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏ ଅବସରରେ ଆକ୍ରମଣ ବନ୍ଦ କରିବାକୁ ଜାତିସଂଘ ମୁଖ୍ୟ ଆହ୍ଵାନ ଦେଇଛନ୍ତି। ଯୁଦ୍ଧ ହେଲେ ଉଭୟ ଦେଶ କ୍ଷତିଗ୍ରସ୍ତ ହେବେ। ଏଣୁ ଯୁଦ୍ଧ ନ କରି ବରଂ ଶାନ୍ତିରେ ସମସ୍ୟାକୁ ସମାଧାନ କରାଯାଉ ବୋଲି ଜାତିସଂଘ ପରାମର୍ଶ ଦେଇଛି।

ଅନ୍ୟପଟେ ଯୁଦ୍ଧ ସ୍ଥିତି ଉପୁଜିବାରୁ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ। ଏ ଅବସରରେ ସେ ବାଇଡେନଙ୍କୁ ୟୁକ୍ରେନକୁ ଦେଇଥିବା ପ୍ରତିଶ୍ରୁତି ବିଷୟରେ ମନ ପକାଇଛନ୍ତି। ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତିଙ୍କ ଆଲୋଚନା ପରେ ପୂର୍ବ ୟୁରୋପକୁ ଅଧିକ ସୈନ୍ୟ ପଠାଇବା ପାଇଁ ଘୋଷଣା କରିଛି ଆମେରିକା । ପ୍ରାୟ ୮୦୦ ଟ୍ରୁପ, ହେଲିକପ୍ଟର ଓ ବିମାନ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଆମେରିକା ପ୍ରେସ ସଚିବ ଜନ କ୍ରିବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.