ଗଙ୍ଗୁବାଇ କାଠିଆବାଡ଼ିର ‘ଢୋଲିଡ଼ା’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ବିଦେଶିନୀ ଗର୍ଭବତୀ, ଭାଇରାଲ ହେଉଛି ଭିଡିଓ

ପ୍ରତିଦିିନ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭାଇରାଲ ଭିଡିଓ ଦେଖିବାକୁ ମିଳେ। ଆଜି ସେହିଭଳି ଏକ ଭିଡିଓ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି। ଭିଡିଓରେ ଜଣେ ଗର୍ଭବତୀ ମହିଳା ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। ମହିଳା ଜଣଙ୍କ ଏଭଳି ଅବସ୍ଥାରେ ଆଲିଆ ଭଟ୍ଟଙ୍କ ବଲିଉଡ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡ଼ି’ର ଏକ ଗୀତରେ ଡ୍ୟାନ୍ସ କରିଛନ୍ତି। ମହିଳା ଏମିତି ନାଚିଥିଲେ ଯେ ଏହାକୁ ଆଲିଆ ଭଟ୍ଟ ଦେଖିଥିଲେ ସେ ମଧ୍ୟ ତାଙ୍କ ଉପରେ ଫିଦା ହୋଇ ଯାଇଥାନ୍ତେ। ମହିଳାଙ୍କର ଏହି ଡ୍ୟାନ୍ସକୁ ସୋସିଆଲ ମିଡିଆ ୟୁଜର୍ସ ଖୁବ୍‌ ପସନ୍ଦ କରିଛନ୍ତି।

ଏହି ମହିଳା ‘ଗଙ୍ଗୁବାଇ କାଠିଆବାଡ଼ି’ ଫିଲ୍ମର ‘ଢୋଲିଡ଼ା’ ଗୀତରେ ଡ୍ୟାନ୍ସ କରିଥିଲେ। ସବୁଠୁ ଖାସ୍‌ କଥା ହେଉଛି ଏହି ଗୀତରେ ଡ୍ୟାନ୍ସ କରୁଥିବା ଗର୍ଭବତୀ ମହିଳା ଜଣଙ୍କ ଏକ ବିଦେଶିନୀ। ଏହି ମହିଳାଙ୍କ ନାମ ହେଉଛି ଏବି ସିଂହ ଓ ତାଙ୍କ ସ୍ୱାମୀଙ୍କ ନାମ ମନି ସିଂହ। ମହିଳା ଜଣକ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହୋଇଛନ୍ତି।


ଇନଷ୍ଟାଗ୍ରାମରେ ଏହି ଦମ୍ପତିଙ୍କର ‘ଦ ମାଡର୍ନ ସିଂ’ ନାମରେ ଏକ ପେଜ୍‌ ରହିଛି। ଉଭୟ ଦମ୍ପତି ନିଜର ଡେଲିଲାଇଫ୍‌ ଭିଡିଓ ଓ ଫଟୋ ଏହି ପେଜ୍‌ରେ ପ୍ରତିଦିନ ଅପଡେଟ୍‌ କରନ୍ତି। ଏବି ସିଂହଙ୍କ ଡ୍ୟାନ୍ସ ଭିଡିଓ ଏହି ପେଜ୍‌ରେ ଅପଲୋଡ୍‌ କରାଯାଇଛି। ମହିଳା ‘ଢୋଲିଡ଼ା’ଗୀତର ହୁକ୍‌ ଷ୍ଟେପ୍‌ କରୁଥିବାର ଦେଖିବାକୁ ମିଳିଛି।

ଭିଡିଓରେ ମହିଳା ଜଣଙ୍କ ନୀଳ ରଙ୍ଗର ଫୁଲ ପ୍ରିଣ୍ଟ ହୋଇଥିବା ଏକ ଡ୍ରେସ୍‌ ପିନ୍ଧି ନିଜର ବେବି ବମ୍ପ ସହ ଚମତ୍କାର ଡ୍ୟାନ୍ସ କରୁଛନ୍ତିି। ଏହି ଡ୍ୟାନ୍ସ କରିବା ସମୟରେ ସେ କମ୍ଫଟେବଲ୍‌ ଥିବାର ନଜର ଆସିଥିଲେ। ୟୁଜର୍ସ ଏହି ଭିଡିଓକୁ ଅଧିକ ମାତ୍ରାରେ ସେୟାର କରୁଛନ୍ତି। ଏହି ଭିଡିଓରେ ଇତି ମଧ୍ୟରେ ୨୫ ହଜାରରୁ ଅଧିକ ଲାଇକ ମିଳି ସାରିଲାଣି। ସମସ୍ତେ ଏହି ମହିଳାଙ୍କୁ ପ୍ରଶଂସା କରିଛନ୍ତି। ଏହି ଗୀତରେ ଅନ୍ୟ ଇନଷ୍ଟାଗ୍ରାମ ୟୁଜର୍ସ ମାନଙ୍କର  ଭିଡିଓ ମଧ୍ୟ ଦେଖିବାକୁ ମିଳିଛି।