Below header

ୟୁକ୍ରେନ ସେନା ଉପରେ  ମିଲିଟାରୀ ଅପରେସନ, ପୁଟିନ୍ କହିଲେ ଘଟଣାରେ କେହି ହସ୍ତକ୍ଷେପ କଲେ ପରିଣାମ ଭୋଗିବ

କେନ୍ୟୁଜ୍(ବ୍ୟୁରୋ): ୟୁକ୍ରେନ-ଋଷିଆ ଯୁଦ୍ଧ ଆରମ୍ଭ ! ୟୁକ୍ରେନ ଉପରେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା। ୟୁକ୍ରେନ ସେନାକୁ ଆତ୍ମସର୍ମପଣ କରିବାକୁ ପୁଟିନ ଆହ୍ଵାନ ଦେଇଛନ୍ତି । ୟୁକ୍ରେନ୍‌କୁ କବଜା କରିବାର କୌଣସି ଉଦ୍ଦେଶ୍ୟ ନାହିଁ । ୟୁକ୍ରେନ୍‌ ନ ମାନିଲେ ଯୁଦ୍ଧ ହିଁ ହେବ । ଘଟଣାରେ କେହି ହସ୍ତକ୍ଷେପ କଲେ ପରିଣାମ ଭୋଗିବ ବୋଲି ପୁଟିନ ଚେତବାନୀ ଦେଇଛନ୍ତି । ୟୁକ୍ରେନକୁ ଘେରି ରହିଛନ୍ତି ୨ଲକ୍ଷ ଋଷ ସେନା ।

ପୁଟିନ୍‌ଙ୍କ ମିଲିଟାରୀ ଅପରେସନ ଘୋଷଣା ପରେ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣର ଶଦ୍ଦ ଶୁଣିବାକୁ ମିଳିଛି । ବିସ୍ଫୋରଣରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି। ଏପଟେ ୟୁକ୍ରେନ୍‌ ସୀମାରେ ନୋ-ଫ୍ଲାଏ ଜୋନ୍‌ ଘୋଷଣା କରିଛି ୟୁକ୍ରେନ। ସମସ୍ତ ବେସାମରିକ ବିମାନ ଉଡ଼ାଣ ଉପରେ ଲାଗିଲା ରୋକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.