ଫେସବୁକ୍ ରିଲ୍ ତିଆରି କରି ମାସକୁ ରୋଜଗାର କରନ୍ତୁ ୨୬ ଲକ୍ଷ, ଜାଣନ୍ତୁ ପ୍ରଣାଳୀ

ବର୍ତ୍ତମାନ ଟଙ୍କା ରୋଜଗାର ପାଇଁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ ଭଲ ପ୍ଲାଟଫର୍ମ ହୋଇଛି। ଆପଣ ଜାଣିଛନ୍ତି ଏବେ ଇନଷ୍ଟାଗ୍ରାମ ହେଉ କିମ୍ବା ୟୁଟ୍ୟୁବ ଯଦି ସେଥିରେ କୌଣସି ବ୍ୟକ୍ତି ଭଲ କଣ୍ଟେଣ୍ଟ ତିଆରି କରିପାରୁଛନ୍ତି ଏହି ସୋସିଆଲ ମିଡ଼ିଆ ତାଙ୍କୁ ମୋଟା ଅଙ୍କରେ ଟଙ୍କା ଦେଉଛି। ଠିକ୍ ସେମିତି ବର୍ତ୍ତମାନ ମଧ୍ୟ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର। ଆପଣ ଏବେ ଫେସବୁକ୍ ମେଟାରେ ରିଲ କରି ମଧ୍ୟ ଟଙ୍କା ଇନକମ୍ କରିପାରିବେ।
ଫେସବୁକ୍ ରିଲ୍ସକୁ ସାରା ବିଶ୍ବରେ ପ୍ରାୟ ୧୫୦ ଟି ଦେଶରେ ଲଞ୍ଚ କରାଯାଇଛି। ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଫେସବୁକ୍ ରିଲ୍ ତିଆରି କରାଯାଇଛି। ତେବେ ଫେସବୁକ୍ ରିଲ୍ସର ଟକ୍କର ଏବେ ଟିକ୍-ଟକ୍ ସହିତ ରହିଛି ବୋଲି କୁହାଯାଉଛି। ଫେସବୁକ୍ ରିଲ୍ସର ଗ୍ଲୋବାଲ୍ ଲଞ୍ଚ୍ ହୋଇସାରିଛି। କେବଳ ଭାରତକୁ ଛାଡି ସାରା ବିଶ୍ବରେ ବର୍ତ୍ତମାନ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଫେସବୁକ୍ ରିଲ୍ସ ଲଞ୍ଚ କରାଯାଇଛି।
ଟିକଟକ ସହିତ ଟକ୍କର ଦେବା ପାଇଁ ଫେସବୁକ୍ ରିଲ୍ ପ୍ରଥମେ ୨୦୨୦ ମସିହାରେ ଲଞ୍ଚ କରାଯାଇଥିଲା। ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ଫେସବୁକରେ ରିଲ ତିଆରି କରି ଲୋକେ ରୋଜଗାର କରିବାର ସୁଯୋଗ ପାଇବେ। ଏଥିପାଇଁ ଖୁବ୍ ଶୀଘ୍ର ଫେସବୁକରେ ଅନେକ ଫିଚର୍ ବଦଳିବାକୁ ଯାଉଛି। ଏମିତିକି ଖୁବ୍ ଶୀଘ୍ର ଭାରତରେ ଏହି ଫେସବୁକ୍ ରିଲ ମଧ୍ୟ ଲଞ୍ଚ ହେବ।
ଆଉ କିଛି ଦିନ ପରେ ଫେସବୁକ୍ ବ୍ୟବହାରକାରୀମାନେ ଏଥିରେ ରିଲ୍ ତିଆରି କରିପାରିବେ। ପୁଣି ୩୦ ଦିନ ମଧ୍ୟରେ ଯାହାର ରିଲ୍ ଅତି କମରେ ୧୦୦୦ ଭ୍ୟୁ ହେବ, ତାଙ୍କୁ ମିଳିବ ବୋନସ। ମେଟା କହିଛି ଯେ ରିଲ୍ସ ପ୍ଲେ ବୋନସ ପ୍ରୋଗ୍ରାମ, କମ୍ପାନୀର ୧ ବିଲିୟନ ଡଲାର କ୍ରିଏଟରଙ୍କ ନିବେଶର ଏକ ଅଂଶ। ରିଲ କରି କ୍ରିଏଟରମାନେ ପ୍ରତି ମାସରେ ସର୍ବାଧିକ ୩୫, ୦୦୦ ଡଲାର (୨୬୧୧,୫୧୪) ରୋଜଗାର କରିପାରିବେ। ଯେଉଁମାନେ ରିଲ୍ ତିଆରି କରିବେ ସେମାନଙ୍କୁ ମେଟା ତରଫରୁ ପୁରସ୍କାର ମଧ୍ୟ ମିଳିବ।
ଜାଣନ୍ତୁ କେମିତି ହେବ ରୋଜଗାର:

ମେଟା ଅନୁଯାୟୀ, ଫେସବୁକ୍ ରିଲ୍ ରେ ଆଡ଼ ବା ବିଜ୍ଞାପନ ପ୍ରଦର୍ଶିତ ହେବ, ଯାହା ବ୍ୟାନର ଏବଂ ଷ୍ଟିକର୍ ଆକାରରେ ରହିବ। ଖୁବ୍ ଶୀଘ୍ର ପୁରା ସ୍କ୍ରିନ ବିଜ୍ଞାପନଗୁଡ଼ିକ ରିଲ୍ସରେ ଆସିବ। ଫେସବୁକ ଏଥିରୁ ଟଙ୍କା ରୋଜଗାର କରିବ । ଏହି ରୋଜଗାରର କିଛି ଅଂଶ ଫେସବୁକ ରିଲ କ୍ରିଏଟରଙ୍କୁ ଦିଆଯିବ । କମ୍ପାନୀର କହିବାନୁସାରେ, ଖୁବ୍ ଶୀଘ୍ର ଫେସବୁକ୍ ବ୍ୟବହାରକାରୀମାନେ ମଧ୍ୟ ରିଲ୍ ଦେଖିବାକୁ ପାଇବେ। ଫେସବୁକ୍ ଷ୍ଟୋରୀ ବଦଳରେ ଫେସବୁକ୍ ରିଲ୍ ଲଞ୍ଚ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଖାସ କଥା ହେଉଛି ଫେସବୁକ୍ ରିଲ୍ସରେ ବିଭିନ୍ନ ଅପଡେଟ୍ ଦିଆଯିବ। ଏଥିରେ ଏଡିଟିଙ୍ଗ, ସେୟାରିଂ ଛଡ଼ା ଉପଭୋକ୍ତାମାନଙ୍କୁ ଭିଡିଓ ରିମିକ୍ସ କରିବାର ବିକଳ୍ପ ମିଳିବ। ଫେସବୁକ୍ ରିଲରେ ଭିଡ଼ିଓ କରିବା ପାଇଁ ସମୟ ରହିବ ୬୦ ସେକେଣ୍ଡ। ପରେ ରିଲ୍ ଉପଭୋକ୍ତାମାନଙ୍କୁ ଡ୍ରାଫ୍ଟ ବିକଳ୍ପ ଦିଆଯାଇପାରିବ ଏବଂ ଡ୍ରାଫ୍ଟ ବଟନ୍ ସେଭ୍ ବଟନ୍ ମଧ୍ୟ ଦିଆଯାଇପାରେ। ଏହା ବ୍ୟତୀତ ଭିଡିଓ କ୍ଲିପିଂ ଫିଚର୍ ଦିଆଯାଇପାରେ । ଯାହା ବିଭିନ୍ନ ଫର୍ମାଟରେ ଭିଡିଓ ତିଆରି କରିବାରେ ସାହାଯ୍ୟ କରିବ । ତେବେ ଏହା ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି।