ସ୍ତ୍ରୀ ହତ୍ୟା ଅଭିଯୁକ୍ତକୁ ବିହାରରୁ ଗିରଫ କଲା ବିଂଝାରପୁର ପୋଲିସ

ଯାଜପୁର ଟାଉନ(କେନ୍ୟୁଜ୍‌) : ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ବିଂଝାରପୁର ପୋଲିସ୍‌ । ଯାଜପୁର ବିଂଝାରପୁର ଅଞ୍ଚଳର ପିତେଇ ଛକ ନାଳରୁ କିଛି ଦିନ ତଳେ ଜଣେ ମହିଳାଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଥିଲା ।

ଘଟଣାର ତଦନ୍ତ ଚାଲିଥିବା ବେଳେ ପୋଲିସ ତା’ର ସ୍ୱାମୀ ଉପରେ ସନ୍ଦେହ ପ୍ରକଟ କରିଥିଲା । ହେଲେ ପୋଲିସ ହାତରେ ଧରା ପଡ଼ିବା ପୂର୍ବରୁ ସ୍ୱାମୀ ବଚନ ସାହାଣି ଫେରାର୍‌ ହୋଇଯାଇଥିଲା । ଫଳରେ ପୋଲିସର ସନ୍ଦେହ ଦୃଢ଼ ହୋଇଥିଲା ।

ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଅଭିଯୁକ୍ତ ବଚନକୁ ବିହାରରୁ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତ ବଚନ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.