କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ନେଗେଟିଭ୍‌

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ନେଗେଟିଭ୍‌ ଆସିଥିବା ଗୁରୁବାର ଜଣାପଡ଼ିଛି । ନୀଳଗିରି ବିଧାୟକଙ୍କ କରୋନା ଟେଷ୍ଟ ପଜେଟିଭ ଜଣାପଡ଼ିବା ପରେ ଶ୍ରୀ ଷଡ଼ଙ୍ଗୀ ନୂଆ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସୋମବାର ନିଜକୁ ସଂଘରୋଧରେ ରଖିଥିଲେ ।

minister pratap sarangi

ଗତ ଜୁଲାଇ ୨ଓ ୩ ତାରିଖରେ ଓଡ଼ିଶାରେ କେତକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ନୀଳଗିରି ବିଧାୟକଙ୍କ ସହ ସାକ୍ଷାତକାର ହୋଇଥିଲା ବୋଲି ସେ ପୂର୍ବରୁ କହିଥିଲେ ।

ସେହି ଦୃଷ୍ଟିରୁ ଶ୍ରୀ ଷଡ଼ଙ୍ଗୀ ନିଜକୁ ସଂଘରୋଧରେ ରଖିଥିବା ପ୍ରକାଶ କରିଥିଲେ । ଗୁରୁବାର ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଶ୍ରୀ ଷଡ଼ଙ୍ଗୀ ‘ମୁଁ ବହୁତ ଖୁସି ଯେ ଭଗବାନଙ୍କ ଦୟାରୁ ମୋର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି ’ ବୋଲି ଆଜି ସଂଧ୍ୟାରେ ତାଙ୍କର ଟ୍ଵିଟର ହ୍ୟାଣ୍ଡଲ୍‌ରେସେୟାର କରିଛନ୍ତି ।

ନୂଆଦିଲ୍ଲୀ ତାଙ୍କ ସରକାରୀ ବାସ ଭବନରେ ସଂଘରୋଧରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଚିନ୍ତା କରୁଥିବା ଓ ଶୁଭକାମନା କରୁଥିବା ସମସ୍ତ ଶୁଭ ଚିନ୍ତକମାନଙ୍କୁ ତାଙ୍କ ଟ୍ଵିଟର ଜରିଆରେ ଶ୍ରୀ ଷଡ଼ଙ୍ଗୀ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.