Below header

ଜମି ପାଇଁ ଭାଇକୁ ଅତି ନିର୍ମମ ଭାବରେ ହତ୍ୟା ମାମଲା, ପୋତି ଥିଲେ ମୃତ ଦେହ ପରେ ସତ ଉଗାରିଥିଲେ

ଭାଇ ହେଲା ବଇରି । ଜମି ପାଇଁ ଭାଇକୁ ଅତି ନିର୍ମମ ଭାବରେ ହତ୍ୟା କଲେ ଦୁଇ ଜଣ ଭାଇ । ଜଣେ ସହଯୋଗୀଙ୍କ ସହାୟତାରେ ପିଟି ପିଟି ମାରି ଦେଲେ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୋବେଇ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।

ଭାଇ ହେଲା ବଇରି । ଜମି ପାଇଁ ଭାଇକୁ ଅତି ନିର୍ମମ ଭାବରେ ହତ୍ୟା କଲେ ଦୁଇ ଜଣ ଭାଇ । ଜଣେ ସହଯୋଗୀଙ୍କ ସହାୟତାରେ ପିଟି ପିଟି ମାରି ଦେଲେ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୋବେଇ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।

ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୋତା ଯାଇଥିବା ମୃତଦେହକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ରାଇଘର ଥାନା ପୋଲିସ । ମୃତକ ହେଲେ ବୋବେଇ ଗାଁର ହାଡୁ ଗଣ୍ଡ । ଜମିକୁ ନେଇ ଭାଇ ରହିଦାସ ଗଣ୍ଡଙ୍କ ସହ ତାଙ୍କର ବିବାଦ ଥିଲା ।

ଗତ ୧୭ ତାରିଖ ଦିନ ରହିଦାସ ଓ ସମ୍ପର୍କୀୟ ଭାଇ ସନ୍ତୁରାମ ଓ ପଡ଼ୋଶୀ ବିଭୀଷଣ ଗଣ୍ଡ ମୃତ ହାଡୁକୁ ଚାଷ ଜମି ଆଡ଼େ ଡାକି ନେଇଥିଲେ । ଜଙ୍ଗଲରେ ହତ୍ୟା କରିବା ପରେ ମାଟି ଖୋଳି ପୋତି ଦେଇଥିଲେ ମୃତଦେହ । ହାଡୁ ନିଖୋଜ ନେଇ ପରିବାର ଲୋକ ଥାନାର ଏତଲା ଦେଇଥିଲେ ।

ସନ୍ଦେହରେ ଗାଁ ଲୋକ ୩ ଜଣଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ସତ ଉଗାରିଥିଲେ । ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମୃତେଦହ ଉଦ୍ଧାର କରିଛି ରାଇଘର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.