Below header

ତାସରୁ ନାଶ, ମାତ୍ର ୪୦ ଟଙ୍କା ପାଇଁ ସାଙ୍ଗକୁ ମାରି ଦେଲା ସାଙ୍ଗ

ମୟୂରଭଞ୍ଜ(କେନ୍ଯୁଜ୍) : ବନ୍ଧୁ ସାଜିଲେ ହତ୍ୟାକାରୀ । ତାସ୍ ଖେଳରୁ ହତ୍ୟାକାଣ୍ଡ । ମାତ୍ର ୪୦ ଟଙ୍କା ପାଇଁ ମାରିଦେଲେ । ହତ୍ୟାକାଣ୍ଡର ୮ ଦିନ ପରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପୋଲିସ ମାଟି ଖୋଳି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ପର୍ଦ୍ଦାଫାସ କରିଛି । ମୃତକ ହେଲେ ବିଦ୍ୟାଧରନଗର ପଠାଣପକ୍କା ଗାଁର ଚାମା ସିଜୋଇ । ଗତ ୧୭ ତାରିଖରେ ହାଟକୁ ବେପାର କରିବାକୁ ଯାଇ ନିଖୋଜ ଥିଲେ । ଘଟଣାଦିନ ସଂଧ୍ୟାରେ ଚାମା ନିଜ ବନ୍ଧୁଙ୍କ ସହ ମିଶି ତାସ ଖେଳିଥିଲେ ।

murder1ତାସଖେଳରେ ଟଙ୍କା ବାଜି ଲାଗିଥିବା ବେଳେ ମାତ୍ର ୪୦ ଟଙ୍କା ନେଣଦେଣକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଲକୁଦ ଗାଁର ସୁରେନ୍ଦ୍ର ପାତ୍ର ଓ ଅନ୍ୟ ଦୁଇ ଜଣ ସହଯୋଗୀ ମିଶି ଚାମାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ମୃତଦେହକୁ ନିକଟସ୍ଥ ଗୁଣ୍ଢିହୁଡ଼ି ଗ୍ରାମ୍ୟ ଜଙ୍ଗଲରେ ପୋତି ଦେଇଥିଲେ । ପୋଲିସ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଜେରା ବେଳେ ହତ୍ୟାକାଣ୍ଡର ସୁରାକ ପାଇଥିଲା । ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମୃତଦେହ ଉଦ୍ଧାର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.