Below header

କଟକରେ ଓକିଲଙ୍କୁ ପୋଲିସର ଆକ୍ରମଣ ମାମଲା, ୨ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

କଟକ(କେନ୍ଯୁଜ୍) : କଟକରେ ଆଇନଜୀବୀଙ୍କୁ ପୋଲିସର ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ। ହୋମ୍‌ଗାର୍ଡ କିଶୋର ଜେନା ଓ ଅଭିଯୁକ୍ତ ଦିଲ୍ଲୀପ ସିଂଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗତକାଲି ବିଳମ୍ବିତ ରାତିରେ ଗିରଫ ପରେ ଉଭୟଙ୍କୁ କୋର୍ଟରୁ ଜାମିନ ମିଳିଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଏନେଇ ସୂଚନା ଦେଇଛନ୍ତି। ତେବେ ପରବର୍ତ୍ତୀ ପଦକ୍ଷେପ କଣ ରହିବ ସେନେଇ ଆଜି ଓକିଲ ସଂଘର ବୈଠକ ବସିବ। ଆସନ୍ତାକାଲି ନବୀନ ନିବାସ ଯାଇ ଆଇନଜୀବୀମାନେ ଦାବିପତ୍ର ପ୍ରଦାନ କରିବେ । ଏଥିରେ ପ୍ରାୟ ୨ ହଜାର ଆଇନଜୀବୀ ସାମିଲ ହେବେ । ତେବେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗତ ୨୯ ତାରିଖରୁ ଆଇନଜୀବୀମାନେ କାର୍ଯ୍ଯ ବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ମୁଦାଲାମାନେ ଗିରଫ ନ ହେବା ଯାଏ ଅସହଯୋଗ ଆନ୍ଦୋଳନ ଚାଲିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏସନ    କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.