ମଧ୍ୟାହ୍ନ ଭୋଜନରୁ ବାହାରିଲା ମଲା ମୂଷା

ମୟୂରଭଞ୍ଜ(କେନ୍ଯୁଜ୍) : ମଧ୍ୟାହ୍ନ ଭୋଜନରୁ ମଲା ମୂଷା ବାହାରିବା ନେଇ ସ୍କୁଲରେ ଉତ୍ତେଜନା । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଲେ ଅଭିଭାବକ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଳକ ଅଧିନରେ ଥିବା ବରଜୁପୁର ପ୍ରାଥମିକ ବିଦ୍ୟାଳୟରେ । ଗତକାଲି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ବେଳେ ଭାତରୁ ମଲାମୂଷା ବାହାରିଥିଲା । ଘଟଣା ଜଣାପଡ଼ିବା ପରେ ଅଭିଭାବକମାନେ ଏକାଠି ହୋଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଥିଲେ । ଭାତରୁ ମୂଷା ବାହାରିଥିବା ପ୍ରଧାନ ଶିକ୍ଷୟିତ୍ରୀ ସ୍ୱୀକାର କରିଛନ୍ତି । ଅସାବଧାନତା ବଶତଃ ମୂଷା ପଡ଼ି ଯାଇଥିବା ସେ କହିଛନ୍ତି ।

school2ତେବେ ଭାତରୁ ମୂଷା ବାହାରିବା ପରେ ସବୁ ଭାତ ଫିଙ୍ଗି ଦିଆଯାଇଥିଲା ବୋଲି ସେ ସଫେଇ ଦେଇଛନ୍ତି । ପୂର୍ବରୁ ପିଲାଙ୍କୁ ପୋକରା ସୋୟାବିନ୍‌ ବଡି ଦିଆଯାଇଥିବା ସ୍କୁଲ ପରିଚାଳନା କମିଟି ଅଭିଯୋଗ କରିଛି । ଅନ୍ୟପଟେ ଖବର ପାଇବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସିଆରସିସିଙ୍କୁ ପଠାଇଥିଲେ । ଅଭିଭାବକଙ୍କ ସାମ୍ନାରେ ସିଆରସିସିଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଠେଲାପେଲା କରିଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରି ସିଆରସିସି ରିପୋର୍ଟ ଦେବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.