ଗଞ୍ଜେଇ ଚାଲାଣକାରୀଙ୍କୁ ସୁରକ୍ଷା ଦେଉଛନ୍ତି ପୋଲିସ କର୍ମଚାରୀ

ସୁବର୍ଣ୍ଣପୁର(କେନ୍ଯୁଜ୍) : ପୋଲିସର ସୁରକ୍ଷା ବଳୟ ଭିତରେ ଗଞ୍ଜେଇ ଚାଲାଣ ଅଭିଯୋଗ। ଆଉ ନାଟକୀୟ ଭାବେ ଗାଁ ଲୋକଙ୍କ ହାତରେ ଧରାପଡ଼ିଲେ ସୁରକ୍ଷା ଦେଉଥିବା ପୋଲିସ କର୍ମଚାରୀ। ଗଂଜେଇ ବୋଝେଇ ଏକ ଅଲ୍‌ଟୋକୁ ଏସକର୍ଟ କରିବା ବେଳେ ଗାଁ ଲୋକ ୩ ପୋଲିସ କର୍ମଚାରୀଙ୍କୁ ଧରି ରାତି ତମାମ ଅଟକ ରଖିଥିଲେ । ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା କୁଦୋପାଲି ଗାଁରେ । ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଗଂଜେଇ ଭର୍ତ୍ତି ଅଲଟୋ ଗାଡ଼ିକୁ ଏସକର୍ଟ କରୁଥିଲା ଏକ ବୋଲେରୋ ଗାଡି। ସଂଦେହ ହେବାରୁ ଲୋକେ ଦୁଇଟି ଯାକ ଗାଡ଼ି ସହ ସେଥିରେ ଥିବା ୫ ଜଣଙ୍କୁ ଅଟକ ରଖିଥିଲେ । ପରେ ଜଣା ପଡ଼ିଥିଲା, ବୋଲେରୋ ଗାଡ଼ିରେ ଥିବା ୩ ଯୁବକ ପୋଲିସ କର୍ମଚାରୀ ।

ganja1ଅଭିଯୋଗ ହୋଇଛି, ତିନି ପୋଲିସ କର୍ମଚାରୀ ଏକ ବୁଲେଟ୍‌ ଗାଡ଼ିରେ ଆସିଥିଲେ । ବାଟରେ ଏକ ବୋଲେରୋକୁ ଜୋର ଜବରଦସ୍ତ ନିଜ ଅକ୍ତିଆରକୁ ଆଣି ଅଲଟୋକୁ ଏସକର୍ଟ କରୁଥିଲେ । ମଜାଦାର କଥା ହେଉଛି, ଏମାନଙ୍କୁ ଗାଁ ଲୋକ ଅଟକ ରଖିବା ପରେ ଘଟଣା ସ୍ଥଳରେ ସୋନପୁର ଥାନା ଅଧିକାରୀ ଶ୍ରୀକାନ୍ତ ତ୍ରିପାଠୀ ପହଞ୍ଚିଥିଲେ । ୩ ପୋଲିସ କର୍ମଚାରୀଙ୍କୁ ନିଜେ ପଠାଇଥିବା କହିଲା ପରେ ବି ଗାଁ ଲୋକ ଛାଡି ନଥିଲେ । ଗାଁ ଲୋକଙ୍କ ଅଭିଯୋଗ, ଏମାନଙ୍କୁ ଛାଡି ଦେବାକୁ ୫ ଲକ୍ଷ ଟଙ୍କା ଯାଚିଥିଲେ ଥାନା ଅଧିକାରୀ । ଯାହାକୁ ନେଇ ଲୋକଙ୍କ ଆହୁରି ସନ୍ଦେହ ବଢିଥିଲା ।

ganja4ଶେଷରେ ଡୁଙ୍ଗୁରିପାଲି ପୋଲିସ ପହଞ୍ଚି ଗାଁ ଲୋକଙ୍କ ସହ ଆଲୋଚନା କରି ଏମାନଙ୍କୁ ମୁକୁଳାଇଥିଲେ । ଗଂଜେଇ ବୋଝେଇ ଗାଡି ଥାନାରେ ଅଟକ ଥିବାବେଳେ ବୋଲେରୋକୁ ଛାଡି ଦିଆଯାଇଛି । କୁଦୋପାଲି ଗାଁ ଡୁଙ୍ଗୁରିପାଲି ଅଧିନରେ ଥିବାବେଳେ ଡୁଙ୍ଗୁରିପାଲି ଥାନାକୁ ନଜଣାଇ ସୋନପୁର ପୋଲିସ ସେଠାକୁ କାହିଁକି ଆସିଥିଲା ବୋଲି ଗାଁ ଲୋକ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ତଦନ୍ତ କରି କାର୍ଯ୍ଯନୁଷ୍ଠାନ ନିଆଯିବ ବୋଲି ସୁବର୍ଣ୍ଣପୁର ଏସପି  କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.