Below header

ଏସିଆ କପ ସୁପର ଫୋର ମୁକାବିଲା, ଭାରତ-ଆଫଗାନିସ୍ତାନ ମ୍ୟାଚ ଟାଇ

ଦୁବାଇ(କେନ୍ଯୁଜ୍) : ଭାରତ -ଆଫଗାନିସ୍ତାନ ମ୍ୟାଚ ଟାଇ। ଏସିଆ କପ କ୍ରିକେଟ ସୁପର ଫୋର ମୁକାବିଲାରେ ଚମତ୍କାର ଖେଳ ପ୍ରଦର୍ଶନ କରି ଅନଭିଜ୍ଞ ଆଫଗାନ ଟିମ ଭାରତ ବିପକ୍ଷ ମ୍ୟାଚ ଟାଇ ରଖିବାରେ ସକ୍ଷମ ହୋଇଛି  ।  ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଥିଲା ଆଫଗାନିସ୍ତାନ । ମହମ୍ମଦ ସେହଜାଦଙ୍କ ଆକର୍ଷଣୀୟ ୧୨୪ ରନ ବଳରେ ଆଫଗାନ ଟିମ ୫୦ ଓଭର ଖେଳି ୨୫୨ ରନ କରିଥିଲା ।

team-india-ap-mଜବାବରେ ଟିମ୍‌ ଇଣ୍ଡିଆ ଧୁଆଁଧାର ବ୍ୟାଟିଂ ଆରମ୍ଭ କରିଥିଲା । ଦୁଇ ଓପନର କେଲ ରାହୁଲ ଏବଂ ଅମ୍ବାତି ରାୟିଡୁ ଯଥାକ୍ରମେ ୬୦ ଓ ୫୭ରନ କରିଥିଲେ । ପରେ ନିୟମିତ ବ୍ୟବଧାନରେ ଓ୍ଵିକେଟ ପତନ ହୋଇଥିଲା । ଶେଷ ଭାଗରେ ରବୀନ୍ଦ୍ର ଜାଡେଜା ଦୃଢତାର ସହ ବ୍ୟାଟିଂ କରି ଟିମ ଇଣ୍ଡିଆକୁ ବିଜୟର ନିକଟତର କରାଇଥିଲେ । ଶେଷ ଓଭରରେ ଆବଶ୍ୟକ ଥିଲା ୭ ରନ । ତେବେ ଟିମ ଇଣ୍ଡିଆ ଶେଷ ଓଭରରେ ୬ରନ କରି ମ୍ୟାଚ ଟାଇ ରଖିଥିଲା । ଦମଦାର ଶତକ ପାଇଁ ଆଫଗାନିସ୍ତାନ ଓପନର ମହମ୍ମଦ ଶେହଜାଦ ମେନ ଅଫ ଦି ମ୍ୟାଚ ହୋଇଥିଲେ ।

ଆଜି ଶେଷ  ମୁକାବିଲା

match3ଆଜି ସୁପର ଫୋରର ଶେଷ  ମୁକାବିଲାରେ ବାଙ୍ଗାଦେଶ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ଏହା ସେମିଫାଇନାଲ ସଦୃଶ । ବିଜୟ ଦଳ ଏସିଆ କପ ଫାଇନାଲରେ ଶକ୍ତିଶାଳୀ ଭାରତ ସହ ଖେଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.