Below header

ବିଶ୍ୱ ମାନବାଧିକାର ଦିବସରେ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା, ବାଲିଗୁଡ଼ା ପାତ୍ରସାହିରେ ଘଟିଛି ଏହି ଅଘଟଣ

ବାଲିଗୁଡ଼ା: ବିଶ୍ୱ ମାନବାଧିକାର ଦିବସ ଅବସରରେ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା। ଗୁଳିମାଡ କରି ୨ ଦୁର୍ବୃତ୍ତ ଫେରାର। ବାଲିଗୁଡ଼ା ଥାନା ପାତ୍ରସାହିରେ ଗୁଳିମାଡ଼ ହୋଇଛି। ଆଜି ସକାଳେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ନିଜ ଘର ଆଗରେ ଛିଡା ହୋଇଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳିମାଡ କରି ଫେରାର ହୋଇଯାଇଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତିକରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.